pakka

ପ୍ରଧାନ ଶିକ୍ଷକଙ୍କ ସେବା ନିବୃତ ସମ୍ବର୍ଦ୍ଧନା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଆପଦାର ବରିଷ୍ଠ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ମୁଦୁଲିଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ମୁଖ୍ୟ ଫାଟକଠାରୁ ଅତିଥି ପ୍ରକୋଷ୍ଠ ପର୍ଯ୍ୟନ୍ତ ଅତିଥିମାନଙ୍କୁ ଫୁଲ, ଚନ୍ଦନ, ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ପକାଇ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧୀଶ ସଚ୍ଚିଦାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବଳିୟାରସିଂହ, ସମ୍ମାନିତ ଅତିଥି ଭାବେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଅବସରପ୍ରାପ୍ତ ସହମଣ୍ଡଳ ଶିକ୍ଷାଧିକାରୀ, ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡ଼ା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ପାତ୍ର, ଉଦ୍ୟନାଥ ମେଣ୍ଟା, ପ୍ରଦୀପ କୁମାର ସ୍ୱାଇଁ, ପ୍ରହଲ୍ଲାଦ ସ୍ୱାଇଁ, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ସମିତି ସଭ୍ୟା ଅର୍ଣ୍ଣପୂର୍ଣ୍ଣା ରଣଜିତ, ଶିକ୍ଷାବିତ୍‌ ଉମେଶ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ସ୍ୱାଇଁ, ଗୋପାଳ ଚନ୍ଦ୍ର ମହାପାତ୍ର, ମିଟୁ କିଶୋର ପ୍ରଧାନ, ସମାଜସେବୀ ରମେଶ ପାଟ୍ଟସାଣି, ଲଷ୍ମୀଧର ଜେନା, ନରେନ୍ଦ୍ର ଜଗଦେବ ଯୋଗଦାନ କରିଥିଲେ ।ସଭା ମଞ୍ଚକୁ ଏକ ସ୍ୱତନ୍ତ୍ର ସାଜସଜ୍ଜା ଓ ଭକ୍ତିମୟ ତଥା ଭାବବିହ୍ୱଳିତ ପରିବେଶ ମଧ୍ୟରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ମୁଦୁଲିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୁଲଳିତ କଣ୍ଠରେ ସୁନ୍ଦର ସାହିତ୍ୟିକ ଶବ୍ଦ ସଂଯୋଜନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ସିଆର୍‌ସିସି ଦୁର୍ଯ୍ୟୋଧନ ପ୍ରଧାନ ବିଭୁ ବନ୍ଦନା ଗାନ କରିଥିଲେ । ଶିକ୍ଷକ ସୁରେନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ ଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । କୁନିକୁନି ପିଲାମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ଲଲାଟ ପାଇକରାୟ, ଚିତ୍ରସେନ ନିଶଙ୍କ, ଦୁଷ୍ମନ୍ତ ପାଟ୍ଟଶାଣୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଶୋକ କୁମାର ହରିଚନ୍ଦନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକମାନେ ବିଦାୟୀ ପ୍ରଧାନ ଶିକ୍ଷକଙ୍କର ଗୁଣଗାନ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ମୁଦୁଲି ନିଜ କର୍ମମୟ ଜୀବନର ଅଭୁଲା ଅନୁଭୂତିକୁ ସମସ୍ତଙ୍କ ନିକଟରେ ଉପସ୍ଥାପିତ କରି ନିଜ ବିଦ୍ୟାଳୟର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶେଷରେ ଶତାଧିକ ଶିକ୍ଷକ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନଙ୍କ ଗହଣରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସିଆର୍‌ସିସି ବଦନ୍ତ କୁମାର ସେଠି ଓ ଶିକ୍ଷକ ସୁଧୀର କୁମାର ଜେନା । ସର୍ବଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଶିକ୍ଷକ ସୁରେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × two =

error: Content is protected !!