pakka

ବେକରେ ଶାଢ଼ୀଦେଇ ଯୁବକଙ୍କ ଆତ୍ମହତ୍ୟା

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମର ଜଣେ ଯୁବକ ନିଜ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶାନ୍ତିପୁର ଗାଁର ଗଣେଶ ସାହୁଙ୍କ ସାନ ପୁଅ ଜ୍ୟୋତି ରଞ୍ଜନ ସାହୁ (୩୦) ଗତକାଲି ରାତିରେ ଖାଇ ସାରିବା ପରେ ନିଜ ରୁମକୁ ଶୋଇବାକୁ ଯାଇଥିଲେ । ରାତିରେ ତାଙ୍କ ସାଙ୍ଗମାନଙ୍କ ସହିତ ଭିଡିଓ କଲ ମାଧ୍ୟମରେ ମୋବାଇଲରେ କଥା ହୋଇଥିଲେ । ସକାଳୁ ଭୋରରୁ ମୃତକଙ୍କ ବାପା ତାଙ୍କୁ ଡାକିଥିଲେ କିନ୍ତୁ କୌଣସି ଉତ୍ତର ନ ଆସିବାରୁ ମୃତକଙ୍କ ବଡ ଭଉଣୀ ତାଙ୍କୁ ଡାକିବା ପାଇଁ ତାଙ୍କ କୋଠରୀକୁ ଯାଇଥିଲେ । ସେଠାରେ ଭାଇକୁ ନପାଇ ସେ ଛାତ ଉପରକୁ ଯାଇଥିଲେ । ସେଠାରେ ସେ ନିଜ ଭାଇକୁ ବେକରେ ଶାଢୀଦେଇ ଝୁଲୁଥିବାର ଦେଖି ଘର ଲୋକଙ୍କୁ ଡାକିଥିଲେ । ପରେ ମୃତକଙ୍କ ବାପା ଖପ୍ରାଖୋଲ ପୋଲିସକୁ ଘଟଣା ବିଷୟରେ ଖବର ଦେଇଥିଲେ । ଖବର ପାଇ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍‌ ଘଟନାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ଖପ୍ରାଖୋଲ ଥାନା ୟୁଡି କେସ ନଂ ୬/୨୦୨୩ରେ ଏକ ଅପମୃତ୍ୟୁ ମାମଲା ଋଜୁ ହୋଇଥିବା କେସ ତଦନ୍ତକାରୀ ଅଧିକାରୀ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି । ପ୍ରେମ ପ୍ରସଙ୍ଗକୁ ନେଇ ଏହି ଘଟଣା ଘଟିଥିବାର ଗ୍ରାମରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

7 − three =

error: Content is protected !!