oom

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ହସ୍ତତନ୍ତ ମଲ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ପରିଦର୍ଶନ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତରେ ଆସି ସୋନପୁର ସହର ନିକଟବର୍ତ୍ତୀ ଝିଙ୍କିଠାରେ ଡବ୍ଲୁଓଡିସି ଅର୍ଥ ଅନୁଦାନରେ ନିର୍ମାଣାଧୀନ ଡବ୍ଲୁଓଡିସି ହସ୍ତତନ୍ତ ମଲ୍‌ର ନିର୍ମାଣ କାର୍ଯ୍ୟର ପରିଦର୍ଶନ କରି ସମୟ ଅବଧିରେ ପ୍ରକଳ୍ପ କାର୍ଯ୍ୟକୁ ସମାପନ କରିବାକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ୬ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରରେ ଡବ୍ଲୁଓଡିସି ହସ୍ତତନ୍ତ ମଲ ନିର୍ମାଣ ଜିଲ୍ଲାର ବୁଣାକାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ରର ବହୁଳ ବିକ୍ରୟ ତଥା ସେମାନଙ୍କ ଅର୍ଥନୈତିକ ବିକାଶରେ ସହାୟକ ହେବ । ଜିଲ୍ଲାର ବହୁମୁଖୀ ବିକାଶର ମହତ ଉଦ୍ଦେଶ୍ୟ ନେଇ ଗତ ତା ୨୧/୧୦/୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବର୍ତମାନ ସୁଦ୍ଧା ପ୍ରକଳ୍ପ ନିମନ୍ତେ ୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ପ୍ରକଳ୍ପର ୧୦ ପ୍ରତିଶତ ନିର୍ମାଣ କାର୍ଯ୍ୟ କରାଯାଇଥିବା ବେଳେ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟ ଆଗାମୀ ଡିସେମ୍ବର ସୁଦ୍ଧା ସମାପନ କରାଯିବ ବୋଲି ନିର୍ମାଣଧୀନ ସଂସ୍ଥା ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଅଧ୍ୟକ୍ଷଙ୍କୁ ସୂଚୀତ କରିଛନ୍ତି । ଆଜିର ଏହି ପରିଦର୍ଶନ ସମୟରେ ମୁଖ୍ୟ ନିର୍ବାହୀ ଅଧିକାରୀ ଡବ୍ଲୁଓଡିସି ଡ଼ଃ ଅଜିତ କୁମାର ମିଶ୍ର, ଟିସି ଡବ୍ଲୁଓଡିସି ସୁନୀଲ କୁମାର ନାୟକ, ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ, ସିଡିଓ ତଥା ଇଓ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଯୁଗ୍ମ ନିର୍ଦେଶକ ଜିଲ୍ଲା ଯୋଜନା ଓ ସଂଯୋଜନା ଚତୁର୍ଭୁଜ ସାହୁ, ଅଧିକ୍ଷଣ ଯନ୍ତ୍ରୀ ପିଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.