‘ପ୍ରୟାସ’ ତରଫରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ମାରକପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : କଣାସ ରୋଡ୍‌ରୁ ସାତପଡ଼ା ପର୍ଯ୍ୟନ୍ତ ନୂତନ ରେଳ ରାସ୍ତା ସଂଯୋଗ ପାଇଁ ‘ପ୍ରୟାସ’ ତରଫରୁ ସଂଗଠନର ସଭାପତି କୃଷ୍ଣ ଜଗଦେବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ପୁରୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ୱାଧୀନତା ପରଠାରୁ ପୁରୀ ଜିଲ୍ଲାର ଏକ ବ୍ୟାପକ ଅଞ୍ଚଳ ରେଳ ସଂଯୋଗରୁ ବଞ୍ଚିତ ହୋଇ ଆସିଛି ବୋଲି ଉକ୍ତ ସ୍ମାରକ ପତ୍ରରେ ଦର୍ଶାଇବା ସହିତ କଣାସ ସାତପଡ଼ା ନୂତନ ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନର ବିକାଶ ହେବା ସହିତ ମାଲ ପରିବହନ ଏବଂ ରେଳଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ ବ୍ୟାପକ ଅଂଚଳର ଲକ୍ଷ ଲକ୍ଷ ଅଧିବାସୀଙ୍କ ଆର୍ଥିକ ସମୃଦ୍ଧି ଘଟିବ ବୋଲି କୁହାଯାଇଛି ।

ସମ୍ପ୍ରତି କେନ୍ଦ୍ର ସରକାର ବିକାଶ ଏବଂ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇ ରେଳ ଭିତ୍ତିଭୂମି ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଉଥିବାରୁ ମାତ୍ର ୫୦ କିଲୋମିଟର ରେଳ ରାସ୍ତା ହୋଇପାରିଲେ ଦେଶର ବଡଧରଣର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ଉକ୍ତ ସ୍ମାରକ ପତ୍ରରେ ଦର୍ଶାଯାଇଛି । ପ୍ରୟାସର କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ଏହାର ସର୍ବେକ୍ଷଣ କରି ଏହି ରେଳ ପ୍ରକଳ୍ପର ବାସ୍ତବ ସ୍ଥିତି ଓ ସକ୍ଷମତା ସମ୍ପର୍କରେ ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ମୃତ୍ୟୁଞ୍ଜୟ ବଡ଼ଜେନା, ଅକ୍ଷୟ ଜେନା, ନରେନ୍ଦ୍ର ସୁନ୍ଦରାୟ, ଧର୍ମେନ୍ଦ୍ର ମାନସିଂହ, ବିଶ୍ୱଜିତ ବଡ଼ଜେନା ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

nineteen + 1 =