ଯୋଗ ଓ ନେଚରୋପାଥି ତାଲିମ ଶିବିର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟିଠାରେ ଗତ ୧୫ ତାରିଖରୁ ଅଶୋକ କୁମାର ଖମାରୀଙ୍କ ନେତୃତ୍ୱରେ ଯୋଗ ଓ ନେଚରୋପାଥି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡାକ୍ତର ସୁବ୍ରତ ମେହେରଙ୍କ ତତ୍ୱାବଧାନରେ ଯୋଗ ଏବଂ ନେଚରୋପାଥି ଉପରେ ପ୍ରତିଦିନ କାର୍ଯ୍ୟକ୍ରମ ଜାରି ରହିଛି । ଯୋଗ ପ୍ରଶିକ୍ଷଣ ନେବା ପାଇଁ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଲକ୍ଷ୍ମଣ ମାଝୀ, ଲୋକନାଥ ଦୀକ୍ଷିତ, ଦିଲୀପ ଥନାପତି, ଚିମନ ପଧାନ ଏବଂ ଅନ୍ୟ କର୍ମକର୍ତ୍ତାମାନଙ୍କ ସହଯୋଗରେ ସୂଚାରୁ ରୂପେ ତୁଲାଉଛନ୍ତି ।

Leave A Reply

Your email address will not be published.

one × 1 =