jsm

ପାଟଣାଗଡରେ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ

csstore

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣା ଷ୍ଟେଟର ପୂର୍ବତନ ରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ଅବସରରେ ପାଟଣାଗଡ ରାମଜୀ ଛକରେ ଥିବା ପ୍ରତିମୂର୍ତ୍ତିରେ ପାଟଣା ମହାରାଜ କନକବର୍ଦ୍ଧନ ସିଂହଦେଓ ପୁଷ୍ପମାଲ୍ୟ ପ୍ରଦାନ ସହ ମିଷ୍ଟାନ୍ନ ବଣ୍ଟନ କରି ଜନ୍ମ ଜୟନ୍ତୀ ପାଳନ କରିଛନ୍ତି । ପରେ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ମଧ୍ୟ ପାର୍କକୁ ଯାଇ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରବଧାନନ୍ଦ ପାଣିଗ୍ରାହୀ, ସୁଶାନ୍ତ କୁମାର ମହାନ୍ତି, ମୁନା ଦରୁଆନ, ସୁଶାନ୍ତ କୁମାର ପାତ୍ର, ମାଣିକ ସାହୁ, ରାଣା ଚିନ୍ଦା, ଅଶୋକ କୁମାର କୁଅଁର, ଆନନ୍ଦ ସାଗର ଯୋଶୀ, ବିଶ୍ୱଜିତ ହୋତା ଦୀପକି ଦଣ୍ଡସେନାଙ୍କ ସହ ଶହ ଶହ ଯୁବକ ମାନେ ଅଂଶଗ୍ରହଣ କରି ସ୍ବର୍ଗତ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.