pakka

ଶ୍ରୀ ରାମଚନ୍ଦ୍ର ମନ୍ଦିର ପ୍ରତିଷ୍ଠାରେ ୩୨ ୟୁନିଟ ରକ୍ତ ସଂଗୃହିତ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ସୋହେଲା ଅନ୍ତର୍ଗତ ନଅଗାଁ ଗ୍ରାମରେ ସାର୍ବଜନୀନ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସଂକଳ୍ପ ପରିବାର, ବରଗଡ ଓ ମନ୍ଦିର ପ୍ରତିଷ୍ଠା କମିଟିଙ୍କ ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନଅଗାଁଠାରେ ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ସୁଶାନ୍ତ ସିଂ ଓ ବରଗଡ଼ ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ମାନିନୀ ଭୋଇ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୯ ଜଣ ମହିଳା ରକ୍ତଦାତା ସମେତ ମୋଟ ୩୨ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ସଂଗ୍ରହ ହୋଇଥିଲା । ଆଜିର ରକ୍ତଦାନ ଶିବିର ସଂକଳ୍ପ ପରିବାରର ରୋହିତ ଜସ୍ୱାଲ, ଜି ରମେଶଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ସଂକଳ୍ପ ପରିବାର ଏବଂ ମନ୍ଦିର କମିଟି ସଦସ୍ୟମାନେ ସାହାଯ୍ୟ କରିଥିଲେ ।

jay balangir
Leave A Reply

Your email address will not be published.

four + 10 =