pakka

ଶ୍ରୀରାମ ମନ୍ଦିରରେ ନୂତନ ଭାବେ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ

bbehera
  • ଅପ୍ରେଲ ୭ ତାରିଖରୁ ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମଲୀଳା

ମ,ରାମପୁର, (ହେମନ୍ତ ସାହୁ) : ମ. ରାମପୁର ଶ୍ରୀରାମ ମନ୍ଦିରରେ ନୂତନ ଭାବେ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ ହୋଇଯାଇଛି । ସଭାପତି ଜିବେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂଜା କର୍ତ୍ତା ଭାବରେ ସମ୍ପାଦକ ବୀରେନ୍ଦ୍ର ରଥ ଓ ତାଙ୍କ ପତ୍ନୀ ପଦ୍ମାବତୀ ରଥ ଦାୟିତ୍ଵ ନିର୍ବାହ କରିଥିଲେ । ଉପସଭାପତି ଲଳିତ ମହାଳିକଙ୍କ ସମେତ ସମସ୍ତ ସଦସ୍ୟ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏଥି ସହିତ ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମଲୀଳା ନାଟକ ଅପ୍ରେଲ ୭ ତାରିଖରୁ ୧୧ ତାରିଖ ଯାଏଁ ପାଞ୍ଚ ଦିନ ବ୍ୟାପି ମଞ୍ଚସ୍ଥ ହେବ ବୋଲି ନାଟ୍ୟକାର, ନିର୍ଦ୍ଦେଶକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମଧ୍ୟ ଅତ୍ୟାଧୁନିକ ମଞ୍ଚ, ଶବ୍ଦ ଧ୍ଵନୀ, ଆଲୋକ ସଜାଇ ଏହି ସମ୍ପୂର୍ଣ୍ଣ ରାମଲୀଳା ମଞ୍ଚସ୍ଥ ହେବ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

nine + 2 =