csstore

ଦାଦନ ଖଟିବାକୁ ଯାଇ ଫେରିଲେ ଶବ ହୋଇ

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବଢି ଚାଲିଛି ସିନା ଥମିବାର ନାଁ ଧରୁନାହିଁ । କିଏ ଶବ ହୋଇ ଫେରିଛନ୍ତି ତ’ ଆଉ କାହାର ଶବକୁ ଅନ୍ୟ ରାଜ୍ୟରେ ଅର୍ଥ ଅଭାବରୁ ଅନ୍ତିମ ସଂସ୍କାର କରାଯାଉଛି । ଏଭଲି ଏକ ହୃଦୟ ବିଦାରକ ଅଘଟଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ବ୍ଲକ ଗୋଛାଡେଙ୍ଗେନ ପଞ୍ଚାୟତ ଅନ୍ତର୍ଗତ କୁମେରପଟା ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଗତ ୧୧ ତାରିଖ ଦିନ ବେଣୁଧର ସୁନା(୩୫) ନିଜ ସ୍ତ୍ରୀ ସହିତ ରାଜକୋଟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଗତକାଲି ଗୁଜରାଟର ରାଜକୋଟ ଗୁରୁକୂଳ ଅଞ୍ଚଳରେ ଛଅ ମହଳା କୋଠାରେ କାମ କରୁଥିବା ସମୟରେ କୋଠାରୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ । ପରେ କୋଠା ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ବେଣୁଧର ସୁନାଙ୍କୁ ତାଙ୍କ ଜନ୍ମ ମାଟିକୁ ପଠାଇଥିବା ଖବର ମିଳିଛି । ମୃତ ବେଣୁଧରଙ୍କ ଦୁଇଟି ପୁଅ ଥିବା ବେଳେ ବଡ ପୁଅ ସଦାଇପାଲି ରେ +୨ ପଢୁଛନ୍ତି ଓ ସାନପୁଅ ନିଜ ଗ୍ରାମ କୁମେରପଟାର ଗାଁ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ଶବ ମଙ୍ଗଳବାର ଦିନ ଗାଁକୁ ଦିନ ଦୁଇଟାରେ ପହିଞ୍ଚି ବୋଲି ସୂଚନା ମିଳିଛି । ଏହି ଖବରରେ ପାଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.