ବଲାଙ୍ଗିର ସହରର ବିଭିନ୍ନ ୱାର୍ଡର ପେଭର ବ୍ଲକରେ ନୂତନ ନିର୍ମିତ ରାସ୍ତାର ଉଦ୍‌ଘାଟନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ରାସ୍ତା ଗୁଡ଼ିକର ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇ ରାସ୍ତାଗୁଡ଼ିକର ଉଦ୍‌ଘାଟନ କରିଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଲିକା ସାହୁ, ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଶ୍ରୀ ରେଡ୍ଡୀ, ଜିଲ୍ଲା ବିଜେଡି ମହିଳା ସଭାପତି ଦମୟନ୍ତୀ ବାଗ, କାଉନସିଲର ମହେନ୍ଦ୍ର ବାଗ, ସରିତା ଦାସ, ଇଶ୍ମାତ ଆରା ଖାଁ, ନନ୍ଦିନୀ ପୋଡ଼, ସନ୍ତୋଷିନୀ କୁଅଁର, ସଂଯୁକ୍ତା ଦନ୍ତା, ପ୍ରେମଲତା ନାୟକ, ସହିତ ମୁନା ଖାଁ, ମୁନୁ ପୋଡ଼, ବିଭୂତି ଭୂଷଣ ମିଶ୍ର, ବୁଲୁ ବେହେରା, ଜେଇ ଗୋଲକ ବିହାରୀ ସାହୁ, ରୋଜାଲିନ ରାଉତ ଉପସ୍ଥିତ ଥିଲେ । ବଲାଙ୍ଗିର ସହରର ୧୫ ନଂ ୱାର୍ଡ ସ୍ଥିତ ଟିକ୍ରାପଡାରୁ ମାଲପଡା ରାସ୍ତାରେ ୩୦ ଲକ୍ଷ ପେଭର ବ୍ଲକ ପକାଇ ରାସ୍ତାର ଉନ୍ନତିକରଣ, ୧୩ ନମ୍ୱର ୱାର୍ଡ ସ୍ଥିତ ଡେଲି ମାର୍କେଟ ଭିତରେ ୧୫ ଲକ୍ଷର ଉନ୍ନତିକରଣ କରାଯାଇଥିଲା । ଆଗାମୀ ଦିନରେ ଏଭଳି ଆହୁରି ପ୍ରକଳ୍ପ କାର୍ଯ୍ୟ କରାଯିବା ସହିତ ସହରର ବିଭିନ୍ନ ରାସ୍ତାର ଉନ୍ନତିକରଣ, ପୋଖରୀର ଉନ୍ନତିକରଣ ଏବଂ ଛୋଟ ଛୋଟ ପାର୍କ ନିର୍ମାଣ କରାଯିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.