csstore

ହରିଶଙ୍କରଠାରେ ଉନ୍ନୟନ କାମର ତଦାରଖ କଲେ ସମ୍ବଲପୁର ଆର୍‌ଡିସି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଥିବା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରକୁ ଶନିବାର ସମ୍ବଲପୁର ଉତ୍ତରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ ଗସ୍ତ କରିଥିଲେ । ଏହି ଅବସରରେ ହରିଶଙ୍କର ମନ୍ଦିରର ପାରିପାର୍ଶ୍ଵିକ ଉନ୍ନୟନ କାମର ତଦାରଖ କରିଥିଲେ । ସରକାରଙ୍କ ତରଫରୁ ପ୍ରଥମ ପର୍ଯ୍ୟାୟରେ ୨ କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିଥିବା ବେଳେ ଦୋକାନ ଗୃହ ନିର୍ମାଣ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମନ୍ଦିର ପରିସର ଉନ୍ନୟନ ପାଇଁ ୧୫ କୋଟି ଟଙ୍କାର ଟେଣ୍ଡର ସରିଥିବା ବେଳେ ଉନ୍ନୟନ କାମ ଚାଲିଛି । ଉନ୍ନୟନ କାମ ତଦାରଖ ସହ କାର୍ଯ୍ୟ ନିର୍ବାହୀ ପୂର୍ତ୍ତ ବିଭାଗ ସହ ଆଲୋଚନା କରିଥିଲେ । ଗସ୍ତ ଅବସରରେ ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରା, ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ବେଦବ୍ୟାସ ଭୋଇ, ହରିଶଙ୍କର ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ । ପରେ ହରିଶଙ୍କରଠାରେ ମିଶନ ଶକ୍ତିର ମହିଳାଙ୍କ ଦ୍ଵାରା ପରିଚାଳିତ ମିଶନ ଶକ୍ତି କାଫେ ଓ ରେଷ୍ଟୁରାଣ୍ଟ ବୁଲି ଦେଖିବା ସହ ମହିଳାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.