oom

ମେଲ୍‌ଛାମୁଣ୍ତା ପୋଲିସ ଚେଇଁଲେ : ଜୁଆ ଆଡ୍ଡା ଉପରେ ଚଢାଉ, ୬ ଗିରଫ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେଲ୍‌ଛାମୁଣ୍ତା ଥାନା ଅଂଚଳରେ ବ୍ୟାପକ ପରିମାଣର ଜୁଆ ଖେଳ ହେଉଥିବା ଖବର ଭାଇରାଲ୍‌ ହେବା ପରେ ପୋଲିସର ତତ୍ପରତା ପ୍ରକାଶ ପାଇଛି । ୨୭ ତାରିଖ ବିଳମ୍ବିତ ରାତ୍ରରେ ସାରଂଗପୁର ପାଖରେ ଘୁଡୁଘୁଡୁ ପଟ୍ଟି ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସର ଏକ ଟିମ ଏସଆଇ ପ୍ରମୋଦ କୁମାର ସାହୁ,ଏଏସଆଇ କେତନ ଧରୁଆ ଓ ସହକର୍ମୀ ବାସୁଦେବ ମେହେର, ରବିନ୍ଦ୍ର ମହାନ୍ତି, ସୌକିଲାଲ ବରିହା, ନିମାଇଁ ବାରିକ, ସୁଦାମ କୁମ୍ଭାର ଚଢାଉ କରିଥିଲେ । ଜୁଆ ଆଡ୍ଡାରୁ ୬ ଜଣ ଜୁଆଡ଼ି, ପଟ୍ଟି, ଗୋଟି, ୩ଟି ମୋବାଇଲ ଫୋନ, ନଗଦ ୬୧୭୦ ଟଂକା, ପ୍ଲାଷ୍ଟିକ ପାଲ, ବାଉଁଶ ଟୋକେଇ ଜବତ କରିଛନ୍ତି । ମେଲ୍‌ଛାମୁଣ୍ତା କେଶ ନମ୍ବର ୧୯୪/୨୦ ରେ ୩ ଓପିଜି ଧାରାରେ ମୋକଦ୍ଦମା ରୁଜ୍ଜୁ କରିଛନ୍ତି ।ଜୁଆଡ଼ିମାନେ ଗାଇସିଲେଟ ଥାନା ଗୁଠୁର୍ଲାର କୈଲାସ ସାହୁ, ଗିଞ୍ଜେଲମାଲର ରଞ୍ଜନ ଓରଫ ମଧୁସୁଦନ ସାହୁ, ବୁଡେନ ଥାନା ବନ୍ଦୁପାଲିର କ୍ଷୀରୋଧର ସାହୁ, ମେଲଛାମୁଣ୍ତା ଥାନା ସାରଂଗମାଲର ଜଗନ୍ନାଥ ବରିହା, ଅନ୍ତ ପଟେଲ, ପଲ୍‌ସାପାଲିର ରୁଷି ଭୁଏ ଥାନାରେ ଅଟକ ଅଛନ୍ତି ।

jittmm
Leave A Reply

Your email address will not be published.