ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମରୁ ବିପର୍ୟ୍ୟୟର ସମ୍ମୁଖୀନ ହେଲା ଭାରତ : ଫିଞ୍ଚ, ସ୍ମିଥଙ୍କ ଶତକ : ଭାରତକୁ ୬୬ ରନରେ ହରାଇଲା ଅଷ୍ଟ୍ରେଲିଆ

ସିଡନି : ସିଡନିଠାରେ ଖେଳାଯାଇଥିବା ଭାରତ- ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି । ଆଜି ଅଷ୍ଟ୍ରେଲିଆ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୬୯ ରନ, ଆରନ ଫିଞ୍ଚ୍ ୧୧୪ ରନ ଓ ଷ୍ଟିଭେନ ସ୍ମିଥ ୧୦୫ରନ କରିଥିଲେ। ଏହାଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୭୪ ରନ କରିଥିଲା। ଫଳରେ ଭାରତ ଆଗରେ ୩୭୫ରନର ବିଶାଳ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା ଅଷ୍ଟ୍ରେଲିଆ।

୩୭୫ରନ ଲକ୍ଷ୍ୟ ହାସଲ କରିବାକୁ ଯାଇ ଭାରତର ମୂଳଦୂଆ ଭଲ ଥିଲେ ମଧ୍ୟ ମୟଙ୍କ ଅଗ୍ରଓ୍ବାଲ ୨୨ ରନ ଓ ଅଧିନାୟକ ବିରାଟ କୋହଲି ୨୧ରନ କରି ଆଉଟ ହୋଇଥିଲେ। ସେହିପରି ଶ୍ରେୟସ ଆୟର ୨ ଓ କେଏଲ ରାହୁଲ ୧୨ରନ କରିଥିଲେ। ତେବେ ଶିଖର ଧଓ୍ବନ ୭୪ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯୦ ରନ କରି ଅଷ୍ଟ୍ରେଲିଆକୁ ଏକ ଲଢୁଆ ଜବାବ ଦେଇଥିଲେ। ମାତ୍ର ଏହା ଯଥେଷ୍ଟ ହୋଇପାରିନଥିଲା। ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୦୮ ରନ ହିଁ କରିପାରିଥିଲା ।

Leave A Reply

Your email address will not be published.