oom

ପୋଲିସ ଅଧିକାରୀ ନାମରେ ଧମକାଇବା ଓ ଡରାଇବା ନେଇ ଥାନାରେ ଅଭିଯୋଗ 

jsmm

କଳାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବଟି ଅସୁଲି କରୁଥିବା ୨ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ସମର୍ଥନ କରି ଭବାନୀପାଟଣା ଟାଉନ ଥାନା ଏଏସଆଇ ପଙ୍କଜ ତାଣ୍ଡି ଅଭିଯୋଗକାରୀଙ୍କୁ ଧମକାଇବା, ଗାଳି ଗୁଳଜ ସହ ତଣ୍ଟିଆ ମାରିବା ଭଳି ଘଟଣାରେ ସେହି ସମାନ ଥାନାରେ ପୋଲିସ ତା’ ନିଜ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗକାରୀଙ୍କ ଏତଲା କ୍ରମେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଭବାନୀପାଟଣାର ଠିକାଦାର ଅଶୋକ କୁମାର ନେଗୀ ଘରେ ଥିବାବେଳେ ୨ ଅସାମାଜିକ ଯୁବକ ନିଜକୁ ପୋଲିସ ଓ ରିପୋର୍ଟର କହି ୫୦ ହଜାର ଟଙ୍କା ଦାବୀ କରି ଧମକାଇ ଥିଲେ । ହେଲେ ଅଶୋକ ଏମାନଙ୍କୁ ଗେଟ ବନ୍ଦ କରି ଟାଉନ ପୋଲିସକୁ ଖବର ଦେଇଥିଲେ । ଏହି ସମୟରେ ଟାଉନ ଥାନା ଏଏସଆଇ ପଙ୍କଜ ତାଣ୍ଡିଙ୍କ ସହ ଏହି ୨ ଅସାମାଜିକ ବ୍ୟକ୍ତି କଥା କରାଇଥିଲେ । ଏହି ସମୟରେ ପୋଲିସ ଅଧିକାରୀ ସେମାନେ ମୋ’ ଲୋକ, ମୁଁ ପୋଲିସ ଏଏସଆଇ ପଙ୍କଜ ତାଣ୍ଡି । ସେମାନଙ୍କୁ ଛାଡ଼ି ଦିଅ, ନହେଲେ ଅସୁବିଧା କରିଦେବି ବୋଲି ଧମକାଇ ଥିଲେ । ଏହି ସମୟରେ ପିସିଆର ଭେନ ଆସି ଜଣକୁ କାବୁ କରିଥିଲେ ବି ପୋଲିସର ଢିଲାପଣ ଯୋଗୁଁ ସେମାନେ ସେଠାରୁ ଖସି ପଲାଇଥିଲେ । ପିସିଆରରେ ଆସିଥିବା ପୋଲିସ କର୍ମଚାରୀଙ୍କ ସାମ୍‌ନାରେ ମଧ୍ୟ ପଙ୍କଜ ଧମକାଇ ଥିଲେ ବୋଲି ଅଭିଯୋଗକାରୀ କହିଛନ୍ତି । ପୁଣି ଅଭିଯୋଗକାରୀ ଥାନାକୁ ଯିବା ପରେ ଉତ୍‌କ୍ଷିପ୍ତ ହୋଇ ଏଏସ୍‌ଆଇ ପଙ୍କଜ ଥାନା ଭିତରେ ତାଙ୍କୁ ଧମକାଇ ତଣ୍ଟିଆ ମାରିଥିଲେ ବୋଲି ଅଭିଯୋଗକାରୀ ଅଶୋକ କହିଛନ୍ତି । ପରେ ଅଭିଯୋଗକାରୀ ନିଜ ସାଙ୍ଗ ସାଥୀ ସହ ଆସି ଏତଲା ଦେଇଥିଲେ । ଏହି ମାମଲାରେ ପୋଲିସ କିଛି ମୁହଁ ଖୋଲୁ ନଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.