ଛତିଶଗଡ଼ର ସୀମାନ୍ତବର୍ତୀ ଅଂଚଳରେ ଆଇଆଇସି.ଙ୍କ କଡା ପଦକ୍ଷେପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଛତିଶଗଡ଼ ରାଜ୍ୟର ଧାନ ଯେପରି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ରହିଥିବା ୩ ଗୋଟି ଧାନ ମଣ୍ଡି କୁ ଆସିପାରିବ ନାହିଁ, ତାହାକୁ ରୋକିବାକୁ ଜଗଦଲପୁର ପୋଲିସ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି । ଜଗଦଲପୁର ଥାନା ସୀମାନ୍ତରେ ଥିବା ଛତିଶଗଡ଼ ଠାରୁ ଓଡିଶା ବେପାରୀ ଧାନ ଆଣି ଲଉଡିଦରହା, ଜଗଦଲପୁର, ଲଖମରା ମଣ୍ଡିରେ ଧାନ ବିକ୍ରି କରି ପାରିବେ ନାହିଁ । ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲାଙ୍କ ନିର୍ଦେଶ ପରେ ତାହାକୁ ରୋକିବାକୁ କଡା ପଦକ୍ଷେପ ନେଇଛନ୍ତି । ଛତିଶଗଡ଼ ବୋଡର଼୍ରକୁ ଲାଗି ୩ଟି ମଣ୍ଡି ରହିଥିବା ବେଳେ ପରିବହନ ପାଇଁ ମୁଖ୍ୟ ରାସ୍ତା ଗୁଡିକ ସହ କିଛି ଗଳା ବାଟ ମଧ୍ୟ ରହିଛି । ଯେଉଁ ରାସ୍ତା ଦେଇ ଧାନ ଚାଲାଣ ସହ ୩ ମଣ୍ଡିକୁ ଛତିଶଗଡ଼ ଧାନ ଆସୁଥିବା ନଜର ରହିଛି । ତେଣୁ ଥାନା ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇ ଏହାକୁ ରୋକିବାକୁ ପ୍ରତ୍ୟହ ପେଟ୍ରୋଲିଂ କରୁଥିବା ଦେଖାଦେଇଛି । ଥାନା ଅଧିକାରୀ ଶ୍ରୀମତୀ ବ।ର୍ଲା ଏ.ଏସ ଆଇ ସତ୍ୟାନନ୍ଦ ଭୋଇ, ହାବିଲଦାର ଜିତେନ୍ଦ୍ର ଦାଶ ଓ ତାଙ୍କ ଟିମ ଗଠନ କରି ବୋଡର଼୍ର ସ୍ଥାନମାନଙ୍କୁ ଯାଉଛନ୍ତି । ଦଲାଲ ମୁକ୍ତ ଓ ଛତିଶଗଡ଼ର ଧାନ ମୁକ୍ତ ମଣ୍ଡି କରାଯିବ ବୋଲି କହିଛନ୍ତି । ଯଦି କୌଣସି ଦଲାଲ କିମ୍ବା ଛତିଶଗଡ଼ ଅଞ୍ଚଳରୁ ଧାନ ଆଣି ୩ ମଣ୍ଡିରେ ଚିହ୍ନଟ ହେବେ ତାହେଲେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କେତେକ ଧାନ ବେପାରୀ ମାନଙ୍କୁ ଡାକି ସୂଚନା ଦେଇଛନ୍ତି । ମଣ୍ଡି ମାଧ୍ୟମରେ ରେଜିଷ୍ଟ୍ରେସନ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉଛି ଏବଂ ଟ୍ରକରେ ମଧ୍ୟ ପଦ୍ମପୁର ବରଗଡ଼ ମିଲ ମାନଙ୍କୁ ଚାଷୀଙ୍କ ଧାନ ପ୍ରତ୍ୟହ ଯାଉଛି । ଜଗଦଲପୁର ପୋଲିସ ର ଏପରି ପଦକ୍ଷେପ ନେଇ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.