jayashree

ସୁଶୀଳ ବେହେରା ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆକ୍ରମଣର ଶିକାର ହୋଇଥିବା ସୁଶୀଳ ବେହେରା(୨୨)
ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଅଭିଯୁକ୍ତକୁ ପୋଲିସ ଖୋଜୁଛି ବୋଲି କୁହାଯାଇଛି ।

ପ୍ରକାଶ ଥାଉକି, ଛତ୍ରପୁର ଥାନା ଅନ୍ତର୍ଗତ ଛତ୍ରପୁର ସଦର ଦପ୍ତରାଞ୍ଚଳ ଜେଲ୍ ରୋଡ଼୍‌ ନିକଟସ୍ଥ ତରେଇ-ପାଟପୁର ଗ୍ରାମର ଜଣେ ନିରୀହ ଯୁବକଙ୍କୁ କିଆଫୁଲ ବାଡ଼ରେ ବ୍ୟବହାର ହେଉଥିବା ଧାରୁଆ ଅସ୍ତ୍ର କାତିରେ ଗତ ୨୪ ତାରିଖ ଶୁକ୍ରବାର ଦିନବେଳା କେହି ଦୁର୍ବୃତ୍ତ ହାଣି ଦେଇଥିଲେ । ଆକ୍ରମଣର ଶିକାର ହୋଇଥିବା ଆହତ ଯୁବକଙ୍କୁ ଗ୍ରାମର କିଛି ଲୋକ ତାଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଅବସ୍ଥାରେ ଯୁବକ ସୁଶୀଳ ଏବେ ସୁଦ୍ଧା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଏପରିକି ତାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ହେତୁ ଚିକିତ୍ସାରେ ମଧ୍ୟ ତାଙ୍କର ବାଧକ ଦେଖାଦେଇଥିବା ଜଣାପଡିଛି । ଘଟଣାରେ ସଂପୃକ୍ତ ଯୁବକ ଜି. ଶଙ୍କର ରାଓ ବୋଲି ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଅଭିଯୁକ୍ତଙ୍କ ନାମରେ ବହୁତ ଗୁଡିଏ ଛୋଟ ବଡ଼ ମାମଲା ରହିଥିବା ଜଣାପଡିଛି । ଥାନାରେ ଏତଲା କ୍ରମେ ସେହି ଦିନଠାରୁ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଅଭିଯୁକ୍ତକୁ ପୋଲିସ ଧରିପାରିନାହିଁ । ପୋଲିସ ଅଭିଯୁକ୍ତକୁ ଖୋଜୁଛି ବୋଲି ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.