oom

ଆର୍‌ଆଇଏଚ୍‌ଏସ୍‌ରେ ମେଗା ରକ୍ତଦାନ ଶିବିର

jsmm

ଭୋଗରାଇ : ବାଲେଶ୍ଵର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ମହାବିଦ୍ୟାଳୟ ଭାବେ ପରିଚିତ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) । ଏହି ପ୍ରତିଷ୍ଠାନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା(ଏନ୍ଏସଏସ), ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ, ଏନସିସି ଓ ଯୁବ ରେଡକ୍ରସ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ କେଦାର ସିଂ ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିରରୁ ସମୁଦାୟ ୮୬ ୟୁନିଟ ରକ୍ତ ସଂଗୃହିତ ହୋଇଛି । ବାଲେଶ୍ଵର ଜିଲ୍ଲା ରକ୍ତଭଣ୍ଡାରର ଟେକ୍ନିସିଆନ ଓ କର୍ମଚାରୀ ସୁଚିସ୍ମିତା ଦାସ, ଅକ୍ଷୟ କୁମାର ଜେନା, ଦେବାଶିଷ ଦତ୍ତ, ବିଜୟ କୁମାର ପଟ୍ଟନାୟକ, ଅଜୟ କୁମାର ମହାପାତ୍ର, ହରିଶ୍ଚନ୍ଦ୍ର ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ଜନସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉତ୍ତର କୁମାର ଦଣ୍ଡପାଟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

jittmm
Leave A Reply

Your email address will not be published.