centurian jitm

ଅପରାଧୀ ସୁଧୁରି ଯାଅ, ଏବେ ସୁପର ଏକ୍‌ସନ୍‌ ମୋଡରେ ବଲାଙ୍ଗିର ପୁଲିସ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ସୁଧୁରି ଯାଅ । ଏବେ ସୁପର ଏକ୍‌ସନ୍‌ ମୋଡରେ ବଲାଙ୍ଗିର ପୁଲିସ । ଅପରାଧୀଙ୍କୁ ସାବାଡ କରିବାକୁ ତାୱଡ୍‌ତୋଡ୍‌ କାର୍ଯ୍ୟାନୁଷ୍ଠାନ ଅବଲମ୍ବନ କରିଛି । କେତେବେଳେ ଅପରାଧୀଙ୍କୁ ଗୋଡେଇ ଗୋଡେଇ ଧରୁଛି ତ’ କେତେବେଳେ ବହୁ ଚର୍ଚ୍ଚିତ ଜେସିବି ଲଗାଇ ଭାଙ୍ଗି ଚାଲିଛି ସରକାରୀ ଜାଗାରେ ରହିଥିବା ଅପରାଧୀଙ୍କ ଆଡ୍ଡା । ପୁଣି କେତେବେଳେ ବେଆଇନ ଦେଶୀ ବିଦେଶୀ ମଦ କାରବାରରେ ଲିପ୍ତଥିବା ଅସାଧୁ ବେପାରୀଙ୍କୁ ପୋଲିସ ଗିରଫ୍‌ କରୁଛି । ଛୋଟ ବଡ ସବୁ ମାଛ ଧରିବାକୁ ଏବେ ପୋଲିସର ଜାଲ ବେଶ ସକ୍ରିୟ । ବେଆଇନ୍‌ କଫ୍‌ ସିରଫ୍‌, ନିଶା ଟାବ୍‌ଲେଟ, କାରବାରରେ ରହିଥିବା ଅଭିଯୁକ୍ତମାନେ ବି ପୋଲିସ ପଞ୍ଝାରୁ ବାଦ୍‌ ପଡୁନାହାନ୍ତି । ଗତକାଲି ଅପରାହ୍ନରେ ସହରର ଶାନ୍ତିପଡା ଛକରୁ ଜଣେ ବେଆଇନ୍‌ କଫ୍‌ ସିରଫ୍‌ ବିକ୍ରେତାକୁ ଗିରଫ୍‌ କରାଯାଇଥିବା ନେଇ ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ବଲାଙ୍ଗିର ପୁଲିସର ଏତାଦୃଶ ଘନଘୋର ଚଢାଉ, ଧର୍‌ପଗଡରେ ଏବେ ଅପରାଧୀଙ୍କ ଜଗତ ଛାନିଆଁ । ତେବେ ସାଧାରଣରେ କୁହାଯାଉଛି, ଅପରାଧୀ ସୁଧୁରି ଯାଅ, ଏବେ ସୁପର୍‌ ଏକ୍‌ସନ୍‌ ମୋଡ୍‌ରେ ବଲାଙ୍ଗିର ପୁଲିସ । ପୁଲିସର ଏଭଳି ସୁପର୍‌ ଏକ୍‌ଟିଭ୍‌ନେସ୍‌ କେତେ ଦିନ ଏକ୍‌ଟିଭ୍‌ ରହିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଯଦି ବଲାଙ୍ଗିର ପୁଲିସ ଏଭଳି କ୍ରିମିନାଲ୍‌ କ୍ଲିନ୍‌ ଅଭିଯାନ ଜାରି ରଖି ଜିରୋ ଟଲୋରେନ୍ସ୍‌ ନୀତି ଅବଲମ୍ବନ ଧାରାକୁ ବଜାୟ ରଖେ, ତେବେ ବଲାଙ୍ଗିର ସହରରେ ପୁଣି ଶାନ୍ତି ଫେରି ଆସିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି । ସେ ଯାହା ହେଉନା କାହିଁକି, ପୂର୍ବରୁ ଅପରାଧ କରି ଅପରାଧୀ ନିଜକୁ ହୀରୋ କହୁଥିବା ବେଳେ ଏବେ ରିଏଲ୍‌ ହୀରୋ ସାଜିଛି ପୁଲିସ ।

Leave A Reply

Your email address will not be published.