oom

ବିଷାକ୍ତ ଫଳ ଖାଇ ମହିଳାଙ୍କ ମୃତ୍ୟୁ

jsmm

କୋକସରା : କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟ୍ରା ପଂଚାୟତ କନ୍ଦାବୁଟ୍ରା ଗ୍ରାମର ଭଜନ ଛତ୍ରିଆଙ୍କ ସ୍ତ୍ରୀ ହୀମାଦ୍ରି ଛତ୍ରିଆ(୫୬) ବିଷାକ୍ତ ଫଳ ଖାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତ କିଛି ମାସ ହେବ ସେ ମାନସିକ ରୋଗରେ ଆକ୍ରାନ୍ତ ରହିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ସେ ଶନିବାର ନିଜ ଘର ପାଖରେ ଥିବା କେନାଲ ପାଖରେ ଯାଇ କନିଅର ଫଳ ଖାଇ ଗୁରୁତୁର ହେବାପରେ ପରିବାର ପକ୍ଷରୁ କୋକସରା ହସ୍ପିଟାଲ ଆଣି ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରବିବାର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ଏନେଇ କୋକସରା ଥାନାରେ ଅଭିଯୋଗ ପରେ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏସ୍‌ଆଇ ଭରତ ଅହିର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.