csstore

ମହାଶିବରାତ୍ରି ଅବସରରେ ସଲମନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମହାଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ବିରେଶ୍ୱର ମନ୍ଦିର ନିକଟରେ ସଲମନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସଲମନ ବାଙ୍ଗାରିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ. ରେଖା ମହାନ୍ତି, ପୂର୍ବତନ ଛତ୍ରପୁର ବିଧାୟକ ଏନ. ନାରାୟଣ ରେଡ୍ଡୀ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥୀ, ମା’ ରାମାୟାଣାମ୍ମା ଯାତ୍ରା କମିଟିର ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରେଡ୍ଡୀ, ଯୁବବ୍ୟବସାୟୀ ବି. ଶଙ୍କର ରେଡ୍ଡୀ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ନୃତ୍ୟଶିଳ୍ପୀ ଜୁନିଅର, ସିନିୟର ଓ ଦଳଗତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ଡି. ସୁରେଶ ରେଡ୍ଡୀ ଓ ଉଜେଶ ରାଓ ବିଚାରକ ଭାବେ ଯୋଗ ଦେଇଥିଲେ । ଜୁନିଅର ଏକକୀ ନୃତ୍ୟରେ ଖଲ୍ଲିକୋଟର ରହିନା ସସ୍ମିତ ପ୍ରଥମ, ବ୍ରହ୍ମପୁରର ପ୍ରୀତ ପଣ୍ଡା ଦ୍ୱିତୀୟ ଓ ଗଞ୍ଜାମର ଅଙ୍କିତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସିନିୟର ବର୍ଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଲୋହାର ଖାନ ପ୍ରଥମ, ବ୍ରହ୍ମପୁରର ଫିଲ ଅଲ୍ଲୀ ଦ୍ୱିତୀୟ ସ୍ଥାନ ଏବଂ ବ୍ରହ୍ମପୁରର ଅଜୟ କୁମାର ତୃତୀୟ ସ୍ଥାନ ହାସଲ କରିଥିଲେ । ଦଳଗତ ପ୍ରଦର୍ଶନରେ ବ୍ରହ୍ମପୁରର ଡିସ୍କୋ ଏଣ୍ଡ ଫଙ୍କ ଗ୍ରୁପ ପ୍ରଥମ, ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଜୁନିଅର ଦ୍ୱିତୀୟ, ଖଲ୍ଲିକୋଟର ଏମଟି ଗ୍ରୁପ ତୃତୀୟ ଓ ଗୋପାଳପୁରର ମହମ୍ମଦ ଡ୍ୟାନ୍ସ ଗ୍ରୁପ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ବିଜୟୀ ସମସ୍ତ କଳାକାରଙ୍କୁ ଓକେସିଏଲ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ. ରେଖା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ଏବଂ ବିଚାରକମଣ୍ଡଳୀ, ଉଦ୍‌ଘୋଷକ, ବିଦ୍ୟୁତ ସାଜ୍ଜସଜ୍ଜାକାରୀ, ମଞ୍ଚସଜ୍ଜା ପରିଚାଳକ ଓ ସହଯୋଗୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଆର.କେ. ଅଞ୍ଜଳି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଭାନେତ୍ରୀ ସୁଜାତା ନାଏକ, ସମ୍ପାଦିକା ସୁବାସିନୀ ପାତ୍ର, କୋଷାଧ୍ୟକ୍ଷ ପ୍ରଶାନ୍ତ ନାଏକ ଓ ଅମିତ ବାଙ୍ଗାରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.