lika

ବନ ବିଭାଗ ପକ୍ଷରୁ ପେଟ୍ରୋଲିଂଗ ବେଳେ ଚୋରା ୨୨ ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ

gbag

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନ ବିଭାଗ ଦ୍ୱାରା ଶୁକ୍ରବାର ରାତିରେ ପେଟ୍ରୋଲିଂଗ ବେଳେ ୨୨ଖଣ୍ଡ ଶାଗୁଆନ ଗଣ୍ଡି ବୋଝଇେ ଟ୍ରାକ୍ଟର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ସୀମାର ବରକାନି ଗ୍ରାମରେ କଂଟାବାଂଜି ବନ ବିଭାଗର କଂଟାବାଂଜି ରେଞ୍ଜର ଶ୍ରଦ୍ଧାଦେବ ବଡମାଲି, ଫରେଷ୍ଟର ଶ୍ରୀଲିଙ୍ଗରାଜ ପୋଢ, ଗାର୍ଡ ଚନ୍ଦ୍ରକାନ୍ତି ସୁନା, ଗାର୍ଡ ପରମାନନ୍ଦ ଭାଟି, ଜଳନ୍ଧର ବନଛୋର, କେଶବ ନାଗଙ୍କ ସହ ବଙ୍ଗୋମୁଣ୍ଡା ରେଂଜର ଜନାର୍ଦ୍ଧନ ଠାକୁର ଓ କଂଟାବାଂଜି ରେଂଜର ଅନ୍ୟ ବନ କର୍ମଚାରୀ ପେଟ୍ରୋଲିଂଗ କରିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢଉ କରି ଏହା ଜବତ କରିଥିବା ଜଣାପଡିଛି । ଜବତ ବେଳେ ଡ୍ରାଇଭର ଫେରାର ମାରିଛି । ତାର କୌଣସି ଖୋଜ ଖବର ମିଳିପାରି ନାହିଁ । ଜଂଗଲ ବିଭାଗର ଅଟକଳ ମୁତାବକ ଟ୍ରାକ୍ଟର ନଂ. ଓଡି-୦୩ଟି-୩୭୨୨ରେ ୨୨ଖଣ୍ଡ ଶାଗୁଆନ ଗଣ୍ଡି ପ୍ରାୟ ୫୫ ସିଏଫ୍‌ଟି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ହେବ । ଖବର ମିଳିବା ପର୍ଯ୍ୟନ୍ତ ଟ୍ରାକ୍ଟରର ଗାଡି ମାଲିକ ଏବଂ ଡ୍ରାଇଭରଙ୍କ ଖୋଜ ଖବର ଜଣାପଡି ନଥିବା ବେଳେ ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଅଂଚଳର ଗାଡି ମାଲିକ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କଂଟାବାଂଜି ରେଂଜ ୟୁ.ଡି. କେସ ନଂ. ୬ /୧୮/୨୦୨୩ ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।

babaa
Leave A Reply

Your email address will not be published.