oom

ଅତ୍ୟାଧୁନିକ ଆଦର୍ଶ ବସ୍‌ଷ୍ଟାଣ୍ଡ ନେଇ ଜାଗା ଚିହ୍ନଟ

jsmm

ପଦ୍ମପୁର : ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଅଧୀନ ଜୁକବନ୍ଧ କଲୋନି ନିକଟରେ ନୂତନ ଭାବେ ଅତ୍ୟାଧୁନିକ ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ପଦ୍ମପୁର ବ୍ଲକ ପ୍ରଶାସନ ଓ ଜିଲ୍ଲା ପରିବହନ ବିଭାଗ ଜାଗା ଚିହ୍ନଟ କରିଛନ୍ତି । ଯାତ୍ରୀ ପରିବହନ ସେବାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ୧୦୫ଟି ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୫ ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ । ପଦ୍ମପୁର ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ପଦ୍ମପୁର ବିଡିଓ ରୀନା ପ୍ରଧାନ, ଜିଲା ବିଜେଡି ଛାତ୍ର ସଭାପତି ପିଙ୍କୁ ପଣ୍ଡା, ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସହ ଅଞ୍ଚଳର ବହୁ ବରିଷ୍ଠ ଅଧିକାରୀ ଜୁକବନ୍ଧ କଲୋନି ନିକଟରେ ପ୍ରାୟ ୨ଏକର ୩୦ ସେଣ୍ଟ୍‌ ସରକାରୀ ଜମି ଚିହ୍ନଟ କରିଛନ୍ତି ।

jittmm
Leave A Reply

Your email address will not be published.