ଛତାପିପଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁନ୍ତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସୈରିନ୍ଦ୍ରୀ ମହାକୁଡ, ସମିତି ସଭ୍ୟ ଶଙ୍କର ଦନ୍ତା, ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ପାତ୍ର ଓ ଏବିଇଓ ଦୁର୍ଗାଦଳ ମିଶ୍ର ମଂଚାସୀନ ଥିଲେ । ପ୍ରକୃତି ବନ୍ଧୁ ଶିକ୍ଷକ ଜୟକୃଷ୍ଣ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ପଟେଲ ମଂଚ ସଂଯୋଜନା ଓ ଗୋବିନ୍ଦ ଥାଟି ଧନ୍ୟବାଦ ଅର୍ପଣ କରିଥିଲେ । ଖେଳକୁଦ, ତର୍କ, କୁଇଜ, ସଂଗୀତ, ସୃଜନାତ୍ମକ ଲିଖନ ଓ ନୃତ୍ୟ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଜୀବାନନ୍ଦ ଖମାରୀ, ଲାଲ ବାହାଦୁର ବାରିକ, ଯୁଧିଷ୍ଠିର ଡାଙ୍ଗ, ଶ୍ରୀପତି ପାତ୍ର, ତୀର୍ଥରାଜ ପଧାନ, ସୁନାବୀର ନାଗ ଓ ପରିଚାଳନା କମିଟିର ସଭ୍ୟବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.