ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୁଆପଡା ଗାଁର ଦୁଇ ବନ୍ଧୁ ଏକ ବାହାଘରରେ ଯୋଗ ଦେବାକୁ ଆସୁଥିବା ବେଳେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏକ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ତୁଷୁରା ଥାନା ନୁଆପଡା ଗାଁର ଦୁଇ ବନ୍ଧୁ ଏକ ବାହାଘରରେ ଯୋଗ ଦେବାକୁ ଆସୁଥିଲେ । ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଖରିଆରରୁ ଭୁବନେଶ୍ଵର ଯାଉଥିବା ଜୟ ମାତା ଦି ଘରୋଇ ନାଇଟ କୋଚ୍‌ରେ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ବନ୍ଧୁଙ୍କର ମୃତ୍ୟୁ ହୋଇଛି । ବସ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି । ମୃତକ ଦୁଇ ଜଣ ହେଲେ ତୁଷୁରା ଥାନା ନୁଆଁପଡା ଗାଁର ଅସିତ ମେହେର ଏବଂ ମଳୟ ମନହିରା । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ବସ୍‌କୁ ଥାନାକୁ ଆଣି ତଦନ୍ତ ଚଲାଇଛି । ଦୃତଗତି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.