ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଫାଟକରେ ତାଲା

  • ଭିତରକୁ ଯାଇପାରିଲାନି ଆମ୍ବୁଲାନ୍ସ
  • ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ସମୟରେ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ବିରୋଧରେ ଆଜି ଆଉ ଏକ ଗୁରୁତର ଅଭିଯୋଗ ଆସିଛି । ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଫାଟକର ତାଲା ଖୋଲା ନଯିବାରୁ ଆମ୍ବୁଲାନ୍ସ ଭିତରକୁ ଯାଇ ପାରିନଥିଲା । ଫଳରେ ପ୍ରସବ ପାଇଁ ସିନ୍ଧେକେଲା ଡ଼ାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନନ୍ତରିତ ହୋଇଥିବା ଜଣେ ପ୍ରସୂତୀ ହଟହଟା ହୋଇଛନ୍ତି । ସୂଚନା ଅନୁସାରେ, ପେଟରେ ଯାଆଁଳା ଶିଶୁ ଥିବା ଜଣେ ଗର୍ଭବତୀ ମହିଳା ସିନ୍ଧେକେଲା ଡାକ୍ତରଖାନାରେ ପ୍ରସବ କରିଥଲେ । ସିନ୍ଧେକେଲା ଡାକ୍ତରଖାନାରେ ଗୋଟାଏ ଶିଶୁ ଜନ୍ମ ହୋଇଥିଲା । ଅନ୍ୟ ଶିଶୁର ପ୍ରସବରେ ସମସ୍ୟା ହେବାରୁ ପ୍ରସୂତିଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଗୁରୁବାର ଭୋର ସକାଳେ ବଲାଙ୍ଗିର ସ୍ଥାନାନ୍ତରିତ କରାଯାଇଥିଲା । ଭୋର ପ୍ରାୟ ୫ଟା ୩୦ରେ ଆମ୍ବୁଲାନ୍ସ ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲା । ତେବେ ସୁରକ୍ଷା କର୍ମୀ ଫାଟକରେ ତାଲା ପକାଇ କୁଆଡେ ଚାଲିଯାଇଥିଲେ । ଫଳରେ ଆମ୍ବୁଲାନ୍ସ ଭିତରକୁ ଯାଇ ନପାରି ଫାଟକ ବାହାରେ ଦୀର୍ଘ ସମୟ ଅପେକ୍ଷା କରିଥିଲା । ଶେଷରେ ଗୁରୁତର ପ୍ରସୂତିଙ୍କୁ ଆମ୍ବୁଲାନ୍ସର ଷ୍ଟ୍ରେଚରରେ ବୋହି ୱାର୍ଡ ଭିତରକୁ ନିଆଯାଇଥିଲା । ଏଭଳି ଏକ ଦୃଶ୍ୟ ବଲାଙ୍ଗିରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.