ଫାଇଲେରିଆ ନିରାକରଣ ଅଭିଯାନ

  • ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗର ମଧ୍ୟରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଦିବସ ପାଳନ କରାଯାଇଛି । ଯାହା ମାଧ୍ୟମରେ ସର୍ବତ୍ର ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ଆଜିଠୁ ୧୦ ତାରିଖରୁ ୧୯ ତାରିଖ ୯ ଦିନ ବ୍ୟାପି ପାଳନ କରାଯିବ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ‘ଔଷଧ କୋଣ’ ଅନୁଷ୍ଠିତ କରି ଏହାକୁ ସଠିକ ବିତରଣ ଏବଂ ଏହାପାଇଁ ଉଦ୍ଧିଷ୍ଟ ନିୟମାନୁସାରେ ଔଷଧ ସେବନ ପାଇଁ ପରାମର୍ଶ ଦିଆଯିବାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି । ଏହା ଦୀର୍ଘ ୯ ଦିନ ବ୍ୟାପି ପାଳନ ଓ ଔଷଧ ବିତରଣ କରାଯିବାର ବିଧିବଦ୍ଧ ଆୟୋଜନ କରାଯାଇଛି । ଏଥିପାଇଁ ନିୟୋଜିତ ଆଶା ଦିଦି, ଏଏନ୍‌ଏମ୍‌, ମହିଳା ଆରୋଗ୍ୟ ସମିତି ସଭ୍ୟା ଗଣ, ସ୍ୱାସ୍ଥ୍ୟକର୍ମୀ ମାନ ଏହି ‘ସ୍ୱାସ୍ଥ୍ୟ କୋଣ’ରେ ଫାଇଲେରିଆ ଔଷଧ ସେବନର ବିଧି ନିୟମକୁ ସଭିଙ୍କୁ ବୁଝାଇବାକୁ ପ୍ରଯତ୍ନ କରିବା ସଙ୍ଗେ ସଙ୍ଗେ ଶାସ୍ତ୍ରୀନଗର ସହରାଞ୍ଚଳ ପରିଧି ମଧ୍ୟରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମାନୁସାରେ ଔଷଧ ବିତରଣ କରାଇବେ । ଏହା ଜିଲ୍ଲାର ଏକ ସ୍ୱତନ୍ତ୍ର ଅଭିଯାନ ହେତୁ ଓ ଏହି ବାତଜ୍ୱର ନିରାକରଣକୁ ସାର୍ବଜନୀନ କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ ବାର୍ତ୍ତା ଦ୍ୱାରା ସମଗ୍ର ଜିଲ୍ଲାବାସୀଙ୍କୁ ଜଣାଇଥିଲେ । ଉପରୋକ୍ତ ଅଭିଯାନ ଦିବସ ଉପକ୍ରମରେ ଶାସ୍ତ୍ରୀନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ସ୍ୱାସ୍ଥ୍ୟ ସେବିକା ଶ୍ରୀମତୀ ମାମି ସିଂଦେଓ, ରୋଜାଲିନ ହୋତା, ରୋନି ବଗର୍ତ୍ତୀ, ସତ୍ୟବ୍ରତ ଷଡ଼ଙ୍ଗୀ, ମଣିଭଦ୍ର ପ୍ରଧାନ, ବିପିନ ସେଠ, ଅଞ୍ଜଳି ନାଗ ଇତ୍ୟାଦି ଔଷଧ ସେବନ କରାଇବା ବିଧି ପ୍ରକ୍ରିୟାରେ ନିଜକୁ ସାମିଲ କରାଇଥିଲେ । ସମସ୍ତ ଅଭିଯାନ ଉତ୍ସବକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦ୍ଦେଶକ ଓ ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ପରିଚାଳନା କରାଇଥିବା ବେଳେ ସ୍ୱାସ୍ଥ୍ୟ ମିଶନର ସ୍ୱାସ୍ଥ୍ୟ ଅତିରିକ୍ତ ମ୍ୟାନେଜର (ଏପିଏମ୍‌) ରାମାନୁଜ ପଣ୍ଡା ଏହାର ସଠିକ ଆୟୋଜନ ପରିମାର୍ଜିତ କରାଇବାରେ ସହାୟକ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌) ବଲାଙ୍ଗିରକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.