ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୬ତମ ଜୟନ୍ତୀ ଅବସରରେ ଏକ ଦିବସୀୟ ସାମାଜିକ ସଦ୍ଭାବନା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ଡା. ଜ୍ୟୋସ୍ନାମୟୀ ମହାପାତ୍ର ସମଲେଇ ମନ୍ଦିର ସାମନାରେ ସବୁଜ ପତାକା ଦେଖାଇ ପଦଯାତ୍ରକୁ ଉଦ୍ଘାଟନ କରିଥିଲେ । ସକାଳ ୯ ଘଣ୍ଟାରେ ପଦଯାତ୍ରୀମାନେ ବାହାରି କଚେରୀ ଛକ, ଭାଗିରଥି ଛକ, ପୂଜା ମଣ୍ଡପ (ଟିକ୍ରାପଡା)ଛକ, ସାଲେପାଲି, ଖୁଜେନପାଲି, ଦାପକାନି, ଅଏଁଲାଚୁଆଁ, କୁରୁଲ, ପୁଡାପାଲି, ଖଲିଆପାଲି ଓ ବିଷ୍ଣୁମୁଣ୍ଡା ଦେଇ ୨୨ କିଲୋମିଟର ଅତିକ୍ରମ କରି ଟିକ୍ରାପଡା ରାମ ମନ୍ଦିର ଠାରେ ସନ୍ଧ୍ୟା ଘ. ୬ଟାରେ ପହଞ୍ଚିଥିଲେ । ଏହି ପଦଯାତ୍ରାରେ ଜଗଦାନନ୍ଦ ଛୁରିଆ, ସତ୍ୟବନ୍ତ ବେଦବାକ, ଗିରିଜା ଶଙ୍କର ରଥ, ଜୟରାମ ମିଶ୍ର, କପିଳ ପତି, ବଳିଷ୍ଠ ପଧାନ, ହୃଷିକେଶ ପୁରୋହିତ, ବିବେକାନନ୍ଦ ମିଶ୍ର, କେଶବ ମିଶ୍ର, ଗୋପାଳ ଚନ୍ଦ୍ର ହୋତା, ସୁନାଧର ବନଛୋର, ଦୁର୍ଗା ସାହୁ, ଚୂଡେନ୍ଦ୍ର ବେହେରା, ଧିରେନ୍ଦ୍ର ନାରାୟଣ ସିଂହଦେଓ, ଅରୁଣ ଖୁଆସ, କସ୍ତୁରୀ ରଥ, ମଦନ ମୋହନ ରଥ, ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ସିନଖମନର ୧୦ ଜଣ ଛାତ୍ର, ଆଦ୍ୟାଶକ୍ତି ନାରୀ ସଂଗଠନର କର୍ମକର୍ତ୍ତାଙ୍କ ସହିତ ପ୍ରାୟ ୪୦ ଜଣ ପଦଯାତ୍ରୀ ସାମିଲ ହୋଇଥିଲେ । କୁରୁଲ ଗ୍ରାମରେ ଏକ ସାଧାରଣ ସଭା ତଥା ଅନ୍ୟାନ୍ୟ ଗ୍ରାମମାନଙ୍କରେ ପଦଯାତ୍ରୀମାନେ ପଥପ୍ରାନ୍ତ ସଭା କରି ଲିଫ୍ଲେଟ ବଣ୍ଟନ, ନିଶା ନିବାରଣ, ବାଲ୍ୟ ବିବାହ, ନାରୀ ନିର୍ଯ୍ୟାତନା, ପରିବେଶ ସୁରକ୍ଷା ଓ ଶିଶୁ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ମଧ୍ୟ ଜନସାଧାରଣଙ୍କ ସଚେତନତା ତଥା ସାମାଜିକ ସଂସ୍କାର ପାଇଁ ସଦ୍ଭାବନା ପଦଯାତ୍ରାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ଗ୍ରାମରେ ପଦଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶେଷରେ ଟିକ୍ରାପଡା ରାମ ମନ୍ଦିର ଠାରେ ଆଦ୍ୟାଶକ୍ତି ନାରୀ ସଂଗଠନର କର୍ମକର୍ତ୍ତା ପଦଯାତ୍ରୀଙ୍କୁ ଉଦ୍ଯାପନୀ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଇଥିଲେ ।
Next Post