jsm

ବନବିଭାଗ ପକ୍ଷରୁ ୯୮ଟି ବିଭିନ୍ନ କଞ୍ଚା ବଳି କାଠ ଜବତ

csstore

ଲାଠୋର, (କେପିଏନ୍‌ଏସ୍‌) : ପାଟ୍ରୋଲିଂ କରୁଥିବା ବେଳେ ଗତକାଲି ରାତି ପ୍ରାୟ ୮ଟା ୪୦ ସମୟରେ ଲାଠୋର ରେଞ୍ଜର କର୍ମଚାରୀମାନେ ୯୮ଟି ବିଭିନ୍ନ କଞ୍ଚା ବଳି କାଠ ନେଇ ଯାଉଥିବା ଏକ ଟ୍ରାକ୍ଟର ଗାର୍ଗୁଲି ବିଭାଗର କୁରଲୁମାଲ ଖେଳ ପଡିଆ ନିକଟରେ ଜବତ କରିଥିବା ଜଣାପଡିଛି । ଏହି ଚଢାଉରେ ଦୁଇ ଅଭିଯୁକ୍ତ ଜଣ ପ୍ରଦୀପ ନାଗ ଏବଂ ଛବି ମାଝୀଙ୍କୁ ଗିରଫ କରାଯାଇଥିବା ବେଳେ ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଅଧିକ ଅନୁସନ୍ଧାନ ଚାଲିଥିବା ଜଣାପଡିଛି । ଏହି ଚଢାଉରେ ରେଞ୍ଜ ଅଫିସର ମିସ୍ ପ୍ରଭାତୀ ସେଠଙ୍କ ନିର୍ଦ୍ଦେଶନାରେ ସମୀର ରଂଜନ ମହାପାତ୍ର, ଫୋରେଷ୍ଟର ଧର୍ମେନ୍ଦ୍ର କୁମାର ରାୟ, ଫରେଷ୍ଟର ଇନ୍ଦ୍ରମଣି ବେହେରା, ଫୋରେଷ୍ଟ ଗାର୍ଡ ମିସ୍ ପରିମିତା ମହାଲିଙ୍ଗ, ଫରେଷ୍ଟ ଗାର୍ଡଙ୍କ ସହିତ ଲାଠୋର ରେଞ୍ଜର ପାରା ଷ୍ଟାଫ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.