pakka

ଆଣ୍ଟି ଲେପ୍ରୋସି ଡେ ପାଳନ ଉପଲକ୍ଷେ ସଚେତନତା

bbehera

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ଅଳଗୁମ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଦ୍ୱାରା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅପରାହ୍ଣ ବେଳେ ମେଡିକାଲ କର୍ମଚାରୀ କ୍ଷେତ୍ରମଣି ସେଠି ଓ ପ୍ରଦୀପ୍ତ କୁମାର ଚମ୍ପତି ଉପସ୍ଥିତ ରହି ଛାତ୍ରମାନଙ୍କ ମଧ୍ୟରେ କୁଷ୍ଠ ରୋଗ ସଂକ୍ରାନ୍ତୀୟ ଡିବେଟ୍‌ ପ୍ରତିଯୋଗିତା କରାଇଥିଲେ । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସୌମ ରଞ୍ଜନ ସ୍ୱାଇଁ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ଦେବାଶିଷ ପତ୍ରି ଓ ତିରଣ ମହାପାତ୍ର । ଶ୍ରୀମତୀ ସେଠୀ ଓ ଶ୍ରୀ ଚମ୍ପତି ସେମାନଙ୍କୁ ସିଲ୍‌ ଓ ସାର୍ଟିଫିକେଟ ଦେଇ ଉତ୍ସାହିତ କରିବା ସହ କୁଷ୍ଠ ରୋଗର ଲକ୍ଷଣ ଏବଂ ନିରାକରଣ ସମ୍ବନ୍ଧରେ ଉଦ୍‌ବୋଧନ ଦେଇଥିଲେ । କୁଷ୍ଠ ରୋଗ ବିରୁଦ୍ଧରେ ଲଢେଇ କରିବା ଓ କୁଷ୍ଠ ରୋଗର ନିରାକରଣର ଇତିହାସ ସୃଷ୍ଟି କରିବାର ବାର୍ତ୍ତା ଓ ଶପଥ କରାଇଥିଲେ ଉଭୟ ମେଡିକାଲ କର୍ମଚାରୀ । ମାନସ ରଞ୍ଜନ ପଟ୍ଟନାୟକ, ବସନ୍ତ କୁମାର ସ୍ୱାଇଁ, ବିଶ୍ୱନାଥ ସ୍ୱାଇଁ, କୃଷ୍ଣପ୍ରିୟା ଦାଶ, ସୌଦାମିନୀ ନାୟକ, ବୈଜୟନ୍ତୀ ମିଶ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ମେଡିକାଲ ଟିମ୍‌ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ ପ୍ରଦାନ କରାଯାଇଥିଲା ।

jay balangir
Leave A Reply

Your email address will not be published.

1 + 11 =