csstore

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ଅଟୋ ୱାର୍କର୍ସ ଆସୋସିଏସନ୍ ତରଫରୁ ସିୟର କାର୍ୟ୍ୟାଳୟ ଠାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ଦାସ ଉଭୟ ମହାପୁରୁଷଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ଉଭୟ ମନିଷୀଙ୍କ ସ୍ୱାଧୀନତା ସଂଗ୍ରାମର ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଆସୋସିଏସନ୍‌ର ସଂପାଦକ ଭୁବନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁ ବାନାର୍ଜୀ, ଅମୂଲ୍ୟ ସେଠୀ, ହରି ବାହାଦୂର, ସୀମାଞ୍ଚଳ ସ୍ୱାଇଁ, ସୈନ୍ୟାସୀ ଦାସ, ଲିଜାରାଣୀ ମହାରଣା, ନୀରୁ ବାରିକ, ଲିପି ଘୋଷ, ସୁଲତା ଛତ୍ରିଆ, ପ୍ରିୟଙ୍କା ସାହୁ, ତନୁଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.