jayashree

ସିନାପାଲି ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୬୨ତମ ରଙ୍ଗାରଙ୍ଗ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁଣ୍ତରୀକାକ୍ଷ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବରେ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ବିଡ଼ିଓ ସର୍ବେଶ୍ୱର ଜାଲ, ଭାରାପ୍ରାପ୍ତ ବିଇଓ ରୁଦ୍ରେଶ୍ୱର ମେହେର ଯୋଗଦାନ କରିଥିଲେ । ଶିକ୍ଷାନୁଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ଉତ୍ତମ ଚରିତ୍ର ନିର୍ମାଣ ପ୍ରତି ଧ୍ୟାନ ଦେଲେ ସମାଜରେ ସୁସ୍ଥ ବାତାବରଣ ତିଆରି ହୋଇପାରିବ ବୋଲି ଏ ଉପଲକ୍ଷେ ଅତିଥିମାନେ ସାମୁହିକ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ମନୋରଞ୍ଜନ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ନିକୁଞ୍ଜ ବିହାରୀ ସା ଏବଂ ବଂଶୀଧର ଜଗତଙ୍କ ତତ୍ୱାବଧାନରେ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏ ଅବସରରେ ନବନିର୍ମିତ ଅଶୋକ ସ୍ତମ୍ଭକୁ ଅତିଥି ମାନେ ଲୋକାର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ମେହେର ଓ ଶିକ୍ଷକ ତ୍ରିଲୋଚନ ଡାଙ୍ଗ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଅନିଲ କୁମାର ସା, ମହେଶ କୁମାର ମେହେର, କମଲଜିତ୍ ବୈକାର, ଦୀପକ ସା, ଅଜିତ ମେହେର, ସତ୍ୟରୂପା ଯୋଷୀ, ପ୍ରତିଶ୍ୱରୀ ପାତ୍ର ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ମୁବାରକ ଖାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.