jsm

ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରରେ ୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟଠାରେ ଆଜି ୫ତମ ବାର୍ଷିକ ଉତ୍ସବ “ଉଦ୍ଗିରଣ” ବିଦ୍ୟାଳୟ ଅଧ୍ୟକ୍ଷ ସଂକୀର୍ତ୍ତନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ମୁଖ୍ୟବକ୍ତା ଇମ୍ରାନ ଅହମଦ ଖାନ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ମନ୍ଦାକିନି ସିଙ୍ଗଦେଓ, ବିଡିଓ ବିନୟ କୁମାର ଭୋଇ ଓ ବିଜେଡି ବ୍ଲକ ସଭାପତି ଗୋବିନ୍ଦ ଶତପଥୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ଶିଳ୍ପପତି ବିଭୁ ସାହୁ ଓ ଶିକ୍ଷକ ଖିତିପତି ପଧାନଙ୍କୁ କଳାହାଣ୍ଡି ବରପୁତ୍ର ଉପାଧିରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅଧ୍ୟାପକ ରଞ୍ଜିତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ରିପୁ ଦମନ ସୌରଭ ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଧର୍ମୁ ତାଣ୍ଡି । ଏହି ଉତ୍ସବରେ ଆଶିଷ କୁମାର ପଣ୍ଡା, ଜମ୍ବୁବତୀ ନାଗ, ପୃଥ୍ୱୀରାଜ ସେଠ, ଗଣେଶ ଦୋରା, ମହେନ୍ଦ୍ର ବେସରା, ଜଗମୋହନ ସୁନା, ମଳୟ ରଞ୍ଜନ ବାଗ, ମମିତା ମାଝୀ, ବାଦଲ କୁମାର ନାଗ, ନିହାରିକା ପାତ୍ର, ଅର୍ପିତା ବେହେରା, ନିରଞ୍ଜନ ସୁନା, ଚାନ୍ଦିନୀ ସା, ସୁଷମା ସାହୁ ସମସ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଭି.ଡି.ଏମ୍‌.ସି ସଦସ୍ୟମାନେ ସହାଯ୍ୟ ସହଯୋଗ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ।

yuvodaya
Leave A Reply

Your email address will not be published.