- ଓଡ଼ିଆ କଥା ସାହିତ୍ୟର ବିଷ୍ଣୁ ଶର୍ମା ମନୋଜ ଦାସ ଓଡ଼ିଆ ଗଳ୍ପର ଏକ ବୈପ୍ଳବିକ ଚେତନା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ଓ ମନୋଜ ଦାସ” ଶୀର୍ଷକରେ ଗତକାଳି ଏକ ରାଜ୍ୟସ୍ତରୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଗାଳ୍ପିକ ରାଜୀବଲୋଚନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂପାନରେ ମହିଳା ମହାବିଦ୍ୟାଳୟ, ସମ୍ବଲପୁରର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର୍ ଅଖିଳ ବିଶ୍ୱାଳ ମୁଖ୍ୟ ଆଲୋଚକ ଏବଂ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ସହଆଲୋଚକ ଭାବରେ ଯୋଗ ଦେଇ କହିଥିଲେ, ଓଡ଼ିଆ ଗଳ୍ପରେ ମନୋଜ ଦାସ ଏକ ବୈପ୍ଳବିକ ଚେତନା । ସଭା ସଂଯୋଜନା କରିଥିଲେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସୌରଭ ରଂଜନ ଖମାରୀ, ସ୍ୱଗତ ଭାଷଣ ପ୍ରଦାନ କରିଥିଲେ ଡକ୍ଟର ଈତିଶ୍ରୀ ଦାସ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ମୀନକେତନ କୁମ୍ଭାର । ଓଡ଼ିଆ ବିଭାଗର ଛାତ୍ର ଘନଶ୍ୟାମ ମାଝି, କରୁଣା ଭୋଇ, ଗୁପ୍ତେଶ୍ୱର ଓ ସୁଶ୍ରୀ ଅମ୍ରିତା ନନ୍ଦ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଭାରେ ଅଧ୍ୟାପିକା ଶ୍ରୀମତୀ ନୀଳିମା ପଧାନ, ଅଧ୍ୟାପିକା ରାଜଲତା ଅଲିଭା, ପ୍ରାଧ୍ୟାପିକା ଡକ୍ଟର କଳ୍ପନା ମିଶ୍ର, ଡକ୍ଟର ରାଜେନ୍ଦ୍ର ରଣା, ଅଧ୍ୟାପକ ନିରଂଜନ ଡାଂଗ ଆଦି ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ଥିଲେ ।