pakka

ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ତରଫରୁ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ତରଫରୁ “ନାରୀ ସମାଜର ମଉଡ଼ମଣି ମୁଁ ତେଜସ୍ୱିନୀ”ର ଅନ୍‌ଲାଇନ ଝୋଟି ପ୍ରତିଯୋଗିତାର ପୁରସ୍କାର ବିତରଣ ସଭା ସମ୍ପାଦିକା ଲିଲି ପଟେଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଯାଦବ ଭବନଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରସ୍ୱତୀ ନନ୍ଦ, ସାଗରିକା ଗୁରୁ, ସୁନୀତା ପ୍ରଧାନ, ଜ୍ୟୋତ୍ସ୍ନା ଦାଶ ଉପସ୍ଥିତ ଥିଲେ । ଝୋଟିରେ ବିଜୟିନୀ ହୋଇଥିବା ଶ୍ରେଷ୍ଠ ୫ ଜଣଙ୍କୁ ବିଶାଖା ଶାଢ଼ୀ ସେଣ୍ଟର ତରଫରୁ ଶାଢ଼ୀ, ଜ୍ୟୋତ୍ସ୍ନା ଦାଶଙ୍କ ତରଫରୁ ଉପହାର ଓ ତେଜସ୍ୱିନୀ ପରିବାର ତରଫରୁ ସ୍ମାରକୀ ଓ ପ୍ରସଂଶା ପତ୍ର ଦିଆଯାଇଥିଲା । ଏହି ପ୍ରତିଯୋଗିତାରେ ବୀଣାପାଣି ସାଏ ପ୍ରଥମ, ସୁହିତା ସଲୋନି ପଟେଲ ଦ୍ୱିତୀୟ, ସୁଜାତା ନାଏକ ତୃତୀୟ, ନିରୁପମା ପଟେଲ ଚତୁର୍ଥ ଓ ରୋଶନୀ ନାଏକ ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ପ୍ରଶଂସାପତ୍ର ଓ ଉପହାର ଦିଆଯାଇଥିଲା । ଦିଗାମ୍ବର ନାଏକ, ଜଗବନ୍ଧୁ ପଟେଲ, ସୁଶାନ୍ତ ପଟେଲ, ସୁଜାତା ନାଏକ, ବୀଣାପାଣି ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

one × 2 =