ବ୍ୟାପକ ଗଞ୍ଜେଇ ଓ ଦେଶୀ ମଦ ଜବତ, ମହିଳାଙ୍କ ସମେତ ୬ ଗିରଫ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ମୋଟଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଓ ଦେଶୀମଦ ଜବତ କରାଯାଇଥିବା ଜଣାପଡିଛି । ଏହାକୁ ଚାଲାଣ କରୁଥିବା ମହିଳାଙ୍କ ସମେତ ୬ ଜଣଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଅମୀୟ କୁମାର ବେହେରା ୧ କେଜି ୨୦୦ ଗ୍ରାମ୍ ଓଜନର ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ କର୍ମଚାରୀଙ୍କ ହାତରେ ଧରାପଡିଥିଲେ । ତାଙ୍କ ଘର ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଳୋ ଗ୍ରାମରେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଠୋକର ଗ୍ରାମର ସଙ୍ଗୀତା ଦେହୁରୀଙ୍କଠାରୁ ୨୦ ଲିଟର ଦେଶୀମଦ, ଗଁଦିଆ ଥାନା ମଝିପାଳ ଗ୍ରାମର ଅଭୟ ମଲ୍ଲିକଙ୍କ ଠାରୁ ୪୦ ଲିଟର ଦେଶୀମଦ, କୁଶିଦା ଗାଁର ଅନିରୁଦ୍ଧ ନାଥଙ୍କ ଠାରୁ ୭୦ ଲିଟର, ମକୁନ୍ଦପୁର ଗ୍ରାମର ରାମଚନ୍ଦ୍ର ସାମଲଙ୍କ ଠାରୁ ୩୦ ଲିଟର ଓ ହିନ୍ଦୋଳ ଥାନା ଜରଡା ଗାଁର ସୀତବାସ ପ୍ରଧାନଙ୍କଠାରୁ ୧୫ ଲିଟର ଦେଶୀମଦ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.