୨୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ସିନ୍ଧେକେଲା ଥାନା ଅଧିକାରୀ
ବଲାଙ୍ଗିର, (କେପିଏନ୍ଏସ୍) : ୨୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା । ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ୍ ଧରିଥିବା ବେଳେ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଏକ ପୁରୁଣା ମାମଲା ଚାର୍ଚସିଟରୁ ନାମ କଟାଇବା ପାଇଁ ଥାନା ଅଧିକାରୀ ଟଙ୍କା ମାଗିଥିଲେ । ଏନେଇ ଅଜିତ ଭିଜିଲାନ୍ସକୁ ଅଭିଯୋଗ କରିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପୂର୍ବରୁ ଛକି ରହି ଟଙ୍କା ନେଲା ବେଳେ ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ଧରିଥିବା ନେଇ ସୂଚନା ମିଳିଛି ।