p purohi

ବଲାଙ୍ଗିର ଜିଲ୍ଲାରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସଚେତନତା ରଥ ମାଧ୍ୟମରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକ ତଥା ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ତିନି ଦିନ ଧରି ସଚେତନତା ରଥ ପରିକ୍ରମା କରିବା ସହ ପ୍ରଚାର ପତ୍ର ବଣ୍ଟନ ଓ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଏବଂ ବିଭିନ୍ନ ସ୍ଥାନରେ ସଚେତନତା ସଭା ଆୟୋଜନ କରାଯାଇ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ଆପଣାଇବାକୁ ପ୍ରୋତ୍ସାହିତ କରାଯିବ । ଆଜିର ଏହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସନ୍ଥଲାଲ ଦୀପ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତି, ସଦସ୍ୟ ଡ଼ ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ନନ୍ଦକିଶୋର ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପଲ୍ଲି ଆଲୋକ ପାଠାଗାରର ପ୍ରଶାନ୍ତ ନାୟକ, ହିରାଲାଲ ମିଶ୍ର, ୱାନ ଷ୍ଟପ ସେଣ୍ଟର ବଲାଙ୍ଗିରର ଆଲିଶା ଚକ୍ରବର୍ତୀ, ପ୍ରତିଭା ଦାଶ, ସୁଜାତା ପ୍ରଧାନ, ନିରୁପମା ଜାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିଶୁ ସୁରକ୍ଷା ୟୁନିଟର ସୁଧାଂଶୁ ଶେଖର କୁମ୍ଭାର, ଚୂଡାମଣି ପଣ୍ଡା, ଦିଗାମ୍ବର କର, ଅରୁଣ ଖୁଆସ, ସୁଦାମ ସୁନା, ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ପରିଚାଳନା କରିଥିବା ବେଳେ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନର ନିର୍ଦ୍ଦେଶକ କ୍ଷମାନିଧି ମେହେର, କାର୍ଯ୍ୟକ୍ରମ ପରିଚାଳକ ଦେବାଶିଷ ପଟେଲଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.