ଟିଟିଲାଗଡରେ ଜିଏସ୍‌ଟି ଚଢାଉ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡରେ ଗତକାଲି ଜିଏସ୍‌ଟି ଚଢାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସହରର ଶିରଭଟାପଡାର ସୁକୁନ ଇମ୍ପୋଟେକ୍‌ ଓ ହାଇସ୍କୁଲପଡାର ଅରିହନ୍ତ ସେରାମିକ୍ସ ବ୍ୟବସାୟିକ ପ୍ରତିଷ୍ଠାନରେ ବଲାଙ୍ଗିର ଓ କଳାହାଣ୍ଡି ଜିଏସ୍‌ଟି ବିଭାଗୀୟ ଅଧିକାରୀମାନେ ଚଢାଉ କରିଛନ୍ତି । ତେବେ ଉକ୍ତ ୨ ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ବିପୁଳ ପରିମାଣରେ ଟିକସ ଫାଙ୍କୁ ଥିବା ଅଭିଯୋଗରେ ଏହି ଚଢାଉ କରିଥିବା ଜଣାପଡିଛି ।

Leave A Reply

Your email address will not be published.