ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଂଚାୟତର ମଲାଡ଼ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାୟ ସାଢେ ସାତଟା ସମୟରେ ଅଗ୍ନିକାଣ୍ଡ ଘଟି ଦେଖୁ ଦେଖୁ ଡି. ଭାଗିରଥି ଓ ଡି. ରଘୁଙ୍କ ଦୁଇଟି ଚାଳଛପର ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ସ୍ଥାନୀୟ ସରପଞ୍ଚଙ୍କ ସଙ୍ଗେ ସଙ୍ଗେ ଦମକଳ କେନ୍ଦ୍ରକୁ ଅବଗତ କରାଇଥିଲେ । ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଘରର ସମସ୍ତ ଆସବାବ ପତ୍ର, ଧାନ ବସ୍ତା, ଚାଉଳ ଆଦି ପୋଡି ଯାଇଥିବା ଜଣାପଡିଛି । ଦୁଇ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ପ୍ରଶାସନ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ସରପଞ୍ଚ ମମତା ବେହେରା ଅନୁରୋଧ କରିଛନ୍ତି ।
Next Post