om academy

ଡିସେମ୍ବର ୨ରେ ଆସିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଦ୍ମପୁର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨ ତାରିଖ ଦିନ ପଦ୍ମପୁର ଉପନିର୍ବାଚନରେ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନର ପଦ୍ମପୁର ଗସ୍ତରେ ଆସି ସଂପୃକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ଆୟୋଜିତ ନିର୍ବାଚନ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ତିଥି ବଦଳି ପାରେ ବୋଲି ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନା ଯୋଗ୍ୟ ଯେ, ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପିର ତୁଙ୍ଗ ନେତାମାନେ ଜୋର୍‌ସୋର୍‌ ପ୍ରଚାର ଚଳାଇଥିବା ବେଳେ ବିଜେଡି ସପକ୍ଷରେ ଭୋଟ ଦେବାକୁ ଭୋଟରମାନଙ୍କୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ନିବେଦନ କରିବେ ଖୋଦ୍‌ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.

five × 4 =