ଛାତ୍ର ବୃତ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବିଏଡ୍‌ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସେଲ୍‌ଫ ଫାଇନାନ୍ସ ବିଏଡ୍‌ ଛାତ୍ରଛାତ୍ରୀ ଠିକ୍‌ ଭାବରେ ଛାତ୍ରବୃତ୍ତି ପାଉନଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ରାଜ୍ୟରେ ୧୨ଟି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଯେତିକି ପରିମାଣରେ ଦିଆଯାଇଛି, ସେତିକି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦିଆଯାଉନାହିଁ । ୨୦୨୧-୨୨ ସରକାରଙ୍କ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀମାନଙ୍କ ଜିଲ୍ଲା ମଙ୍ଗଳ ବିଭାଗ ତରରଫରୁ ଛାତ୍ରାବାସରେ ରହୁଥିବା ଛାତ୍ରମାନଙ୍କ ପାଇଁ ୫୫ ହଜାର ଟଙ୍କା ଛାତ୍ରବୃତ୍ତି ମିଳୁଥିବା ବେଳେ ସାଧାରଣ ଛାତ୍ରଛାତ୍ରୀମାନଙ୍କୁ ୫୧ ହଜାର ୬ଶହ ଟଙ୍କା ଦିଆଯାଉଛି । କିନ୍ତୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମାତ୍ର ୧୪ ହଜାର ୭ ଶହ ଟଙ୍କା ମିଳୁଛି । ସେଥିପାଇଁ ଆଗରୁ ଛାତ୍ରଛାତ୍ରୀମାନେ ଏ ବିଷୟରେ ଜିଲ୍ଲା ମଙ୍ଗଳ ଅଧକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ରାମଚନ୍ଦ୍ର ବୁଡା, ଦୈତାରି ଜଗଦଲା, ସୁଜିତ ଧରୁଆ ପ୍ରମୁଖ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.