ଓଡିଶା ଅଙ୍ଗନୱାଡି ଲେଡିସ୍‌ ୱାର୍କର ଆସୋସିଏସ୍‌ ପକ୍ଷରୁ ପୁଇଁନ୍ତଲା ବ୍ଲକ ସମ୍ମୁଖରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଅଙ୍ଗନୱାଡି ଲେଡିସ୍‌ ୱାର୍କର ଆସୋସିଏସନ୍‌ ଓ ଭାରତୀୟ ମଜ୍‌ଦୁର ସଂଘର ସହାୟତାରେ ଆଜି ପୁଇଁନ୍ତଲା ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଛି । ଏ ଅବସରରେ ନିଜର ୪ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ବ୍ଲକ ବିଡିଓଙ୍କୁ ପ୍ରଦାନ କରାଯାଇଛି । ଅଙ୍ଗନୱାଡି କର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ମାସିକ ଦରମା ୨୧ ହଜାରକୁ ବୃଦ୍ଧି କରିବା, ଗରମ ରନ୍ଧା ଖାଦ୍ୟରେ ମୂଲ୍ୟ ବୃଦ୍ଧି କରିବା ଓ ମିନି କର୍ମୀମାନଙ୍କୁ ଅଙ୍ଗନୱାଡି କର୍ମୀ ଭାବେ ଘୋଷଣା କରିବା ଆଦି ଦାବୀ ନେଇ ଆଜି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସେଣ୍ଟରର କାର୍ଯ୍ୟରତ ଅଙ୍ଗନୱାଡି କର୍ମୀମାନେ ବ୍ଲକ ସମ୍ମୁଖରେ ନାରାବାଜି କରିଥିଲେ । ଏ ସମସ୍ତ ଦାବୀ ନେଇ ଆସନ୍ତା ୨୧ ତାରିଖ ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର ଆସୋସିଏସନ୍‌ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି । ଆଜିର ଏହି ବିକ୍ଷୋଭ ସମାବେଶରେ ଶତାଧିକ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.