ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳରେ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟମେଳା ଶିବିରକୁ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ ଶୁଭ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ସମସ୍ତ ରୋଗୀମାନଙ୍କ ରକ୍ତ ପରୀକ୍ଷା କରାଯିବା ସହ ସେମାନଙ୍କ ରୋଗ ଚିହ୍ନଟ କରି ମାଗଣା ଔଷଧ ପ୍ରଦାନ କରିଥିଲେ । ଏହି ଶିବିରରେ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ଓ ରକ୍ତ ପରୀକ୍ଷା କରିଥିଲେ । ଏହି ଶିବିର ଭାରତ କ୍ଲିନିକ୍ର ତତ୍ଵାବଧାନରେ ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜର ସ୍ତ୍ରୀ ରୋଗ ବିଶେଷଜ୍ଞ, ଭେସଜ ଓ ଅସ୍ଥିସଲ୍ୟ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ ।
Next Post