oom

ହରିଶଙ୍କରଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ

jsmm

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ ବ୍ଲକ ସଭାପତି ମୃତ୍ୟୁଞ୍ଜୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରାମ ରୋଜଗାର ସେବକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ସରକାର ଠିକାରେ ନିଯୁକ୍ତ କର୍ମଚାରୀଙ୍କୁ ନିୟମିତ କରିଥିବା ବେଳେ ଗ୍ରାମାଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭଳି ସର୍ବ ବୃହତ୍ ଶ୍ରମଭିତ୍ତିକ ଯୋଜନାରେ କାମ କରି ମଧ୍ୟ ରାଜ୍ୟ ସରକାର ନିୟମିତ ନ କରିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏ ନେଇ ଆଗାମୀ ଦିନରେ ସରକାରଙ୍କ ପାଖରେ ଦାବୀ ରଖିବାକୁ ଆଲୋଚନା ହୋଇଥିଲା । ବୈଠକରେ ସମ୍ପାଦକ ପବିତ୍ର କାଲସାଏ, ପ୍ରଦୀପ ଶତପଥି, ଦେବେନ୍ଦ୍ର ବାରିକ, ସୁଧର୍ମା ବେହେରା, ସଦାନନ୍ଦ ମାଝୀ, ବିପିନ ବେହେରା, ହେମନ୍ତ ଭୋଇ, ଦୁର୍ଯ୍ୟୋଧନ ଦଣ୍ଡସେନା, ସୁନୀତା ବାରିକ, ସରୋଜ ଭୋଇ, ସତ୍ୟନାରାୟଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.