ଝାଡ଼ଖଣ୍ଡର ସିଏମ୍‌ ହେମନ୍ତ ସୋରେନଙ୍କୁ ଇଡି ପଠାଇଲା ସମନ୍‌, ପଚରାଉଚୁରା ହେବ

ନୂଆଦିଲ୍ଲୀ : ପଚରାଉଚରା ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସମନ୍‌ ପଠାଇଛି । ଗୁରୁବାର ପଚରାଉଚରା ପାଇଁ ସିଏମ୍‌ଙ୍କୁ ଡକାଯାଇଥିବା ଜଣାପଡ଼ିଛି । ଇଡି ସୂତ୍ର ଅନୁଯାୟୀ, ଗିରଫ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ରତିନିଧି ପଙ୍କଜ ମିଶ୍ରଙ୍କ ବାସଭବନରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାମରେ ଅନେକ ବ୍ୟାଙ୍କିଙ୍ଗ ଡକ୍ୟୁମେଣ୍ଟ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନାମରେ ଚେକ୍ ବୁକ୍, ପାସବୁକ୍ ଇତ୍ୟାଦି ଦଲିଲ ମିଳିଥିବା ତଥା ବେଆଇନ ଖଣି ସମ୍ବନ୍ଧରେ ଇଡି ପଚାରିବା ପାଇଁ ଏହି ସମନ୍‌ ଜାରି ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.