oom

ଲୋଇସିଂହା ବିଧାୟକଙ୍କ ଦ୍ଵାରା ଉଚ୍ଚବାହାଲ ଠାରେ ଏସ୍‌ଏଚ୍‌ଜି କମ୍ୟୁନିଟି ସେଣ୍ଟର ନୂତନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ

jsmm

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ପଞ୍ଚାୟତର ଉଚ୍ଚବାହାଲ ଗ୍ରାମରେ ବିଧାୟକ ଡ.ମୁକେଶ ମହାଲିଙ୍ଗ ନୂତନ ଏସ୍‌ଏଚ୍‌ଜି କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍‌ନ୍ତି । ବିଧାୟକ ପାଣ୍ଠିରୁ ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ ବୋଲି ସେ କହିଥିଲେ । ଅଞ୍ଚଳରେ କଣ କଣ ସମସ୍ୟାଗୁଡିକ ରହିଛି ବୋଲି ଜନସାଧାରଣ ମାନଙ୍କଠାରୁ ପଚାରି ବୁଝିଥିଲେ । ଗ୍ରାମଗୁଡିକରେ ଲାଗିରହିଥିବା ସବୁ ସମସ୍ୟାଗୁଡିକ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତତ୍ ସଂଗେ ସଂଗେ ଗ୍ରାମ ପରିଦର୍ଶନ କରୁଥିବା ସମୟରେ ଜଣେ ଯୁବ ମହିଳା ଉଦ୍ୟୋଗୀ ପ୍ରମିଳା ଦୋରାଙ୍କ ବିଷୟରେ ଜାଣି ତାଙ୍କ ପାଖକୁ ଯାଇଥିଲେ, ଯିଏକି ଏକ ସିଲେଇ ଉଦ୍ୟୋଗ କରି ଲକଡାଉନ ଯୋଗୁ ରୋଜଗାର ହରାଇ ଅନ୍ୟ ରାଜ୍ୟରୁ ଫେରିଥିବା ୩୫ ପରିବାରକୁ ରୋଜଗାର ଯୋଗାଇ ପାରିଛନ୍ତି । ତାଙ୍କର ଏପରି କାମକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ ବିଧାୟକ । ଏହି କାର୍ୟ୍ୟକ୍ରମରେ ପଞ୍ଚାୟତ ବିଜେପି ପ୍ରମୁଖ ଟାନା ପଧାନ, ମଣ୍ଡଳ ସଭାପତି ଉମେଶ ପଟେଲ ଓ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ । ପରେ ଆଗଲପୁର ଗ୍ରାମକୁ ଯାଇ ବିଶିଷ୍ଟ ବ୍ୟବସାୟୀ ସଞ୍ଜୟ ଅଗ୍ରୱାଲଙ୍କ ପତ୍ନୀଙ୍କର କିଛିଦିନ ତଳେ ଅକାଳ ବିୟୋଗ ହୋଇଥିବାରୁ ତାଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ ।

jittmm
Leave A Reply

Your email address will not be published.