csstore

ବରିଷ୍ଠ ସାହିତ୍ୟିକ ଡା.ଚନ୍ଦ୍ରମଣି ସ୍ୱାଇଁଙ୍କ ବିୟୋଗରେ ସ୍ମୃତିସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାହିତ୍ୟିକ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡା.ଚନ୍ଦ୍ରମଣି ସ୍ୱାଇଁଙ୍କ ବିୟୋଗରେ ସ୍ଥାନୀୟ ନବୀନ ଭବନ ପରିସରରେ ରବିବାର ସନ୍ଧ୍ୟାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ନବୀନ ପ୍ରତିଷ୍ଠାନର ଉପଦେଷ୍ଟା ଡ. ଡମ୍ବରୁଧର ସାହୁ, ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ସମାଜସେବୀ ପ୍ରଭାକର ସାହୁ, ଡା. ସାଗର ରଞ୍ଜନ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ମୃତିସଭାରେ ସ୍ୱର୍ଗତ ଡା. ସ୍ୱାଇଁଙ୍କ କର୍ମମୟ ଜୀବନ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ନବୀନର ପ୍ରକାଶିକା ମଞ୍ଜୁ ରଥଙ୍କ ସମେତ ସାହିତ୍ୟିକ ଶିବସୁନ୍ଦର ରଥ, ରାମକୃଷ୍ଣ ପାତ୍ର, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ରଞ୍ଜନ କୁମାର ସାହୁ, ସୀମାଂଚଳ ସେଠୀ, ପବିତ୍ର କୁମାର ଚୌଧୁରୀ, ବନ୍ଦନା ମହାପାତ୍ର, ଜ୍ୟୋତ୍ସ୍ନା ମହାନ୍ତି, ପ୍ରଦୀପ କୁମାର ଶତପଥୀ, ପ୍ରଶାନ୍ତ କୁମାର ମହାପାତ୍ର, ବି. ସତ୍ୟମ୍‌ ଆ·ରୀ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ମାନସ ରଞ୍ଜନ ତ୍ରିପାଠୀ, ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରି ସ୍ୱର୍ଗତ ସାହିତ୍ୟିକ ଡା.ସ୍ୱାଇଁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିଷ୍ଠାନର ଅନ୍ୟତମ ସମ୍ପାଦକ ସୁଶାନ୍ତ କୁମାର କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.