କରୋନା ସଂକ୍ରମଣରେ ଚାଲିଗଲେ ଅବକାରୀ ଏସ୍‌ଆଇ ବଳରାମ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣରେ ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ନିବାସୀ ଅବକାରୀ ଏସ୍‌ଆଇ ବଳରାମ ସାହୁ(୫୯)ଙ୍କ ଆଜି ଭୋର୍‌ ସାଢେ଼ ୫ଟାରେ ଭୁବନେଶ୍ୱର ସ୍ଥିତ ସୋମ୍‌ ହସ୍‌ପିଟାଲ୍‌ରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ କିଛି ଦିନ ତଳେ କରୋନା ଆକ୍ରାନ୍ତ ହେବା ପରେ ସେ ବଲାଙ୍ଗିରର କିମ୍‌ସ୍‌ କୋଭିଡ଼୍‌ ହସ୍‌ପିଟାଲ୍‌ରେ ଚିକିତ୍ସତ ହେଉଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସୋମ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ସମୟରେ ତାଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ସାହୁ ଧର୍ମଗଡ଼ରେ ଅବକାରୀ ଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ଧାର୍ମିକ, ପରୋପକାରୀ ତଥା ଆଦର୍ଶ ବ୍ୟକ୍ତି ଭାବରେ ସମାଜରେ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.