ନୃଶଂସତା : ଦୁର୍ବ୍ୟବହାର ପ୍ରଦର୍ଶନକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

ବାଲିଆ : ଉତ୍ତର ପ୍ରଦେଶର ବାଲିଆରେ ଘଟିଛି ଏକ ନୃଶଂସ ଘଟଣା । ଜଣେ ଯୁବକ‌ର ଦୁର୍ବ୍ୟବହାରକୁ ବିରୋଧ କରିବାରୁ ଏକ ୯ମ ଶ୍ରେଣୀର ଛାତ୍ରୀଙ୍କୁ ଗତ ଶୁକ୍ରବାର ଦିନ ଜୀଅନ୍ତା ଜାଳି ଦେଇଛି ସଂପୃ‌କ୍ତ ଯୁବକ । ନିରୀହ ଛାତ୍ରୀ ଜଣକ ୭୫ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କୁ ବାରାଣାସୀର ବିଏଚ୍‌ୟୁ.ରେ ଚିକି‌ତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଆଇପିସିର ଧାରା ୩୦୭, ୩୨୬, ୩୫୪ଡ଼ି ଏବଂ ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.