ବରକାନୀ ଓ କୁଲିଆବାହାଲରେ ବିଜେଡିର କର୍ମୀ ସମ୍ମିଳନୀ : ବ୍ଲକର ଉନ୍ନତିମୂଳକ କାମରେ ବାଧାପ୍ରାପ୍ତ କରୁଥିବା ଗୋଷ୍ଠୀକୁ କ୍ଷମା କରିବେନି ବ୍ଲକବାସୀ, କହିଲେ ବିଜେଡ଼ି କର୍ମୀ

ଦେଓଗାଁ, (ମନୀଷ କୁମାର ସାହୁ ): ଦେଓଗାଁ ବ୍ଲକ୍ ଜରାସିଂହା ଓ ସାଲେପାଲି ପଞ୍ଚାୟତ ବରକାନୀ ଓ କୁଲିହାବାହାଲ ଗାଁରେ ରବିବାର ଦିନ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଓଗାଁ, ଗାଈବାହାଲ, ଜରାସିଂହା ଓ ସାଲେପାଲି ପଞ୍ଚାୟତରୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ। ବ୍ଲକ୍ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଯୁବନେତା ଅର୍ଜେଶ ନାରାୟଣ ସିଂହଦେଓ, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା, ଦେଓଗାଁ ବ୍ଲକ୍ ବିଜେଡି ସଭାପତି ସୁଶୀଲ ଚାନ୍ଦ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମଣ ମେହେର, ଉମାଶଙ୍କର ସିଂହ ପ୍ରମୁଖ ଯୋଗଦେଇ ଦେଓଗାଁ ବ୍ଲକ୍‌ରେ ଦଳୀୟ କାର୍ୟ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ। ଦେଓଗାଁ ବ୍ଲକ୍‌ର ୨୦୧୯ ଚାଷୀଙ୍କ କୃଷିବୀମା, ବନ୍ଦ ହୋଇଥିବା ଚିନିକଳ, ସୋନଗଡ଼ ନଦୀରେ ବ୍ୟାରେଜ ଆଦି ବିଷୟରେ ଦୃଷ୍ଟି ଆକର୍ଷଣ ନକରି ଚୁପ ରହିଥିବା ନେତାଙ୍କୁ ବ୍ଲକ ବାସୀ କ୍ଷମା କରିବେ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ବରିଷ୍ଠ ନେତା ଶ୍ରୀ ମେହେର ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଉଛନ୍ତି। ହେଲେ ଏହି ଅନୁଦାନକୁ ଖର୍ଚ୍ଚ କରିବାରେ ବାଧକ ସାଜୁଛନ୍ତି ଏକ ଗୋଷ୍ଠୀ। ଏହାକୁ ବିରୋଧ କରି ବିଜେଡି କମିର୍ମାନେ ନବୀନ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ଘରକୁ ଘର ପହଞ୍ଚାଇବାକୁ କରିଥିଲେ। ଶ୍ରୀ ସିଂହଦେଓ ଗତ ନିର୍ବାଚନରେ ଆମେ ପରାଜିତ ହୋଇଥିଲେ ମଧ୍ୟ ଦେଓଗାଁ ବ୍ଲକ୍‌ରେ ବିଜୟୀ ପ୍ରାର୍ଥୀଙ୍କଠାରୁ ଯଥେଷ୍ଟ ଅଧିକ ଭୋଟ ପାଇଛୁ। ତେଣୁ ଦଳୀୟ କର୍ମୀମାନେ ପଛଘୁଞ୍ଚା ଦେବା ଉଚିତ ନୁହେଁ ବୋଲି ଉତ୍ସାହିତ କରିଥିଲେ। ଏହି ବୈଠକରେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ମିଶ୍ର, ଅନ୍ତର୍ୟ୍ୟାମୀ ଭୋଇ, ଦୟାନିଧି ଖମାରୀ, ଡମ୍ବରୁ ଭୋଇ, ସନ୍ତୋଷ ପଧାନ, ମଣି ଧରୁଆ, ତୁଷାର ଦଲାଇ, ସ୍ଵାଧୀନ ବାଗ, କାର୍ତ୍ତିକ ମଲ୍ଲିକ, ବୀରେନ ଦଲାଇ, ଅକ୍ଷୟ ପୁଟା, ପ୍ରମୋଦ ବହିଦାର, ବିଭୁଚରଣ ରଣା, ଯୌବନ ନନ୍ଦ, ପ୍ରମୋଦ ବହିଦାର, ଛବିଳ ମାଝୀ, କୁଶମଣି ମେହେର, ତ୍ରିଲୋଚନ ସିଂ ଚିନ୍ଦା, ପ୍ରମୋଦ ସିଂନିନା, ସତ୍ୟନାରାୟଣ ପାଣି ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.